
➡️”ଯେଉଁ ଅବସ୍ଥାରେ ନିରୁଦ୍ଧ ଚିତ୍ତ ଯୋଗାଭ୍ୟାସ ଦ୍ୱାରା ଉପରତ ହୋଇଯାଏ ତଥା ଯେଉଁ ଅବସ୍ଥାରେ ସ୍ୱୟଂ ନିଜଦ୍ୱାରା ନିଜକୁ ଦେଖି ନିଜଠାରେ ସନ୍ତୁଷ୍ଟ ହୋଇଯାଏ ।”
➡️”ପବନ ନଥିବା ସ୍ଥାନରେ ଯେପରି ଦୀପଶିଖା ଇତସ୍ତତ ନହୋଇ ଅବିଚଳିତ ରହିପାରେ ତା ସହିତ ସଂଯତଚିତ୍ତ ଯୋଗୀମାନଙ୍କର ଆତ୍ମଯୋଗ ସାଧନାରେ ଅବିଚଳିତ ଚିତ୍ତ କୁ ତୁଳନା କରାଯାଇ ପାରିବ ।”
➡️”ଯେତେବେଳେ ସକଳ ପ୍ରକାର କାମନା ବିଷୟରୁ ସଂଯତହୋଇ ମନ ଆତ୍ମାରେ ଅବସ୍ଥାନ କରେ ସେତେବେଳେ ତାକୁ ଯୋଗୀ ବୋଲି କୁହାଯାଏ ।”
➡️”ଯେଉଁ ସାଧକ ଆହାର ବିହାରରେ ମିତାଚାରୀ , ଶୟନ ଜାଗରଣ ରେ ପରିମିତ, କର୍ମହେତୁକ ଯଥାଯୋଗ୍ୟ ଚେଷ୍ଟିତ ସେମାନଙ୍କପାଇଁ ଯୋଗ ପରମ ଦୁଃଖ ନାଶକ ।”
🌹ଶୁଭ ସକାଳ🌹
🌹🌸🙏ଜୟ ଶ୍ରୀକୃଷ୍ଣ🙏🌸🌹