
ଶ୍ରୀନାରଦ କହୁଛନ୍ତି –
ଯେଉଁ ଅବିଦ୍ୟା ହେତୁ ପରମାର୍ଥସ୍ବରୂପ ଆତ୍ମା ଏହି ଜନ୍ମମରଣରୂପ ଅନର୍ଥ ପରମ୍ପରାରେ ପଡ଼ିଛି, ଗୁରୁସ୍ବରୂପ ଶ୍ରୀହରିଙ୍କ ଠାରେ ସୁଦୃଢ଼ ଭକ୍ତି ହୋଇଗଲେ ହିଁ, ତାହାର ନିବୃତ୍ତି ହେବ ଅର୍ଥାତ୍ ସେଥିରୁ ଉଦ୍ଧାର ମିଳିବ ।
ଭଗବାନ୍ ବାସୁଦେବଙ୍କ ଠାରେ ଏକାଗ୍ରତା ପୂର୍ବକ ସୁଦୃଢ଼ ଭକ୍ତିଭାବ ରଖିଲେ, ଜ୍ଞାନ ଓ ବୈରାଗ୍ୟ ଉଦୟ ହେବ । ଏହି ଭକ୍ତିଭାବ ଉଦୟ ହେବା ଭଗବାନଙ୍କର ଲୀଳା-ଚରିତ ଶ୍ରବଣାଦି କରିବା ଉପରେ ନିର୍ଭର କରେ ।
ତେଣୁ ଯେ ଶ୍ରଦ୍ଧାପୂର୍ବକ ସେହିସବୁ ଲୀଳାକଥା ପ୍ରତିଦିନ ଶୁଣନ୍ତି ବା ପଢ଼ନ୍ତି,ତାଙ୍କୁ ଅତି ଶୀଘ୍ର ସେହି ଭକ୍ତିଭାବ ପ୍ରାପ୍ତ ହୋଇଯାଏ । ଯେଉଁମାନେ ଭଗବାନଙ୍କର ଲୀଳା-ଚରିତ ଅମୃତକୁ ଯେତେ ଶୁଣିଲେ ବି ଅତୃପ୍ତ ଚିତ୍ତରେ ନିଜର କର୍ଣ୍ଣକୁହରଦ୍ବାରା ସେହି ଅମୃତକୁ ଏକାଗ୍ରତାପୂର୍ବକ ବାରମ୍ବାର ପାନ କରନ୍ତି, ସେମାନଙ୍କୁ କ୍ଷୁଧାତୃଷା,ଭୟ,ଶୋକ,ମୋହ ଆଦି ବାଧା ଦେଇପାରନ୍ତି ନାହିଁ ।
।। ୪/୨୯/୩୬-୪୦।।
☘️🌸🙏ଶ୍ରୀ ଜଗନ୍ନାଥ ଶରଣଂ🙏🌸☘️