
ଭଗବାନଙ୍କ ଲୀଳାବତାରମାନ ବର୍ଣ୍ଣନା କରି ବ୍ରହ୍ମା କହୁଛନ୍ତି —
ଧର୍ମଙ୍କ ପତ୍ନୀ ତଥା ଦକ୍ଷଙ୍କ କନ୍ୟା ମୂର୍ତ୍ତିଙ୍କ ଗର୍ଭରୁ ଭଗବାନ୍ “ନର ଓ ନାରାୟଣ” — ଏପରି ଦୁଇ ୠଷିରୂପରେ ଅବତରିତ ହୋଇଥିଲେ ।
ନର ଓ ନାରାୟଣଙ୍କର ମହିମା ଯେପରି ଥିଲା,ସେମାନଙ୍କ ତପସ୍ୟାର ପ୍ରଭାବ ମଧ୍ୟ ସେହିପରି ହୋଇଥିଲା । ସେମାନଙ୍କର ତପସ୍ୟା ଭାଙ୍ଗିବାଲାଗି ଇନ୍ଦ୍ର କାମଦେବଙ୍କ ସେନା ସମେତ ଅପସରାମାନଙ୍କୁ ପଠାଇଥିଲେ ; କିନ୍ତୁ ସେମାନେ ତାଙ୍କ ସମ୍ମୁଖକୁ ଯିବାମାତ୍ରେ ନିଜ ନିଜର ସ୍ବଭାବ ହରାଇବସିଲେ ।
ସେମାନେ ସେମାନଙ୍କ ହାବଭାବଦ୍ବାରା ସେହି ଆତ୍ମସ୍ବରୂପ ଭଗବାନଙ୍କ ତପସ୍ୟାରେ ବିଘ୍ନ ଘଟାଇ ପାରିଲେ ନାହିଁ ।
।। ୨/୭/୬।।
☘️🌸🙏ଶ୍ରୀ ଜଗନ୍ନାଥ ଶରଣଂ🙏🌸☘️