
➡️”ହେ ପରନ୍ତପ ବିଶେଷ ଦ୍ରବ୍ୟ ଆବଶ୍ୟକ ହେଉଥିବା ଯଜ୍ଞଠାରୁ ଜ୍ଞାନ ଯଜ୍ଞ ଶ୍ରେଷ୍ଠ । ହେ ପାର୍ଥ ଜାଣ ଯେ ଅଖିଳରେ ସବୁ କର୍ମ ଜ୍ଞାନଲାଭରେ ସମାପ୍ତିଘଟେ |”
➡️”ଏହିପରି ବହୁତ ପ୍ରକାର ଯଜ୍ଞକର୍ମ ବ୍ରହ୍ମ(ବେଦ)ଙ୍କ ମୁଖରୁ ବର୍ଣ୍ଣିତ ହୋଇଛି । ଏହିସବୁ ଯଜ୍ଞ, କର୍ମରୁ ଜାତ ଜାଣି ତୁମେ ସଂସାର ବନ୍ଧନରୁ ମୁକ୍ତ ହୋଇଯାଅ |”
➡️”ଭକ୍ତ ମତେ ସମସ୍ତ ଯଜ୍ଞ ଓ ତପର ଭୋକ୍ତା ,ସମସ୍ତ ଲୋକର ଇଶ୍ୱର, ଏବଂ ସକଳ ପ୍ରାଣିଙ୍କର ବନ୍ଧୁ ବୋଲି ଜାଣି ଶାନ୍ତି ଲାଭ କରେ ।”
➡️”ଇନ୍ଦ୍ରିୟ, ମନ ଓ ବୁଦ୍ଧି ସଂଯତ କରି ମୋକ୍ଷକୁ ଜୀବନର ପରମଲକ୍ଷ ମନେକରି କାମ କ୍ରୋଧ ଭୟରୁ ଯେଉଁ ମୁନି ମାନେ ମୁକ୍ତ ଥାନ୍ତି ସେମାନେ ପରମମୋକ୍ଷ ଲାଭ କରନ୍ତି ।”
➡️”ବାହ୍ୟ ସଂସ୍ପର୍ଶକୁ ଦୂର କରିଦେଇ ଦୁଇଚକ୍ଷୁର ଦୃଷ୍ଟି ଦୁଇ ଭ୍ରୁଲତା ମଧ୍ୟରେ ନିବଦ୍ଧ ରଖି ପ୍ରାଣ ଓ ଅପାନବାୟୂକୁ ନାସା ମଧ୍ୟରେ ସଂଚାଳନ କରାଇବ ।”
🌹ଶୁଭ ସକାଳ🌹
🌹🌸🙏ଜୟ ଶ୍ରୀକୃଷ୍ଣ🙏🌸🌹