
ଭୂଷଣ୍ଡଜୀ ଗରୁଡ ଙ୍କୁ ନିଜ ଅଭିଶାପ ପରବର୍ତ୍ତୀ ଶେଷ ଜନ୍ମ ର କଥା କହୁଛନ୍ତି। ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ବି ମୋ ଭିତରେ ପୂର୍ବୋକ୍ତ ଜନ୍ମ ମାନଙ୍କ ସମସ୍ତ କଥା ସ୍ମରଣ ରହିଥିବା କାରଣରୁ ମନ ମଧ୍ୟରେ ଭଗବାନଙ୍କ କୃପା ପାଇଁ ଆକୁଳ ରହିଥାଏ। କୌଳିକ ବିଦ୍ୟା ପାଖରୁ ମୁଁ ନିଜକୁ ନିବୃତ୍ତି ରଖି ବୈରାଗ୍ୟ ଭାବ କୁ ଜାଗ୍ରତ କରି ଜଡ ପରି ଚଳୁଥାଏ। ପିତା ଓ ମାତାଙ୍କର ଦେହାବସାନ ପରେ ମୁଁ ଭଗବାନଙ୍କ ଭଜନ ଉଦ୍ଦେଶ୍ୟରେ ଏକାନ୍ତ ପାଇଁ ଜଙ୍ଗଲ କୁ ଚାଲିଗଲି। ଅବଧୂତ ଭାବରେ ବୁଲୁଥିଲା ବେଳେ ଦୈବାତ କୌଣସି ସାଧୁ ସନ୍ଥ ଅଥବା ମୁନିଙ୍କ ସହ ଭେଟ ହେବାପରେ ମୁଁ ବିନମ୍ର ଭାବେ ତାଙ୍କ ଠାରୁ ମୋର ଇଷ୍ଟ ରଘୁନାଥ ଙ୍କ ବିଷୟରେ ପଚାରି ତାଙ୍କ ବିବିଧ ଲୀଳା ମାନ ଶ୍ରବଣ କରୁଥାଏ।
ସୁନତ ଫିରଉଁ ହରି ଗୁନ ଅନୁବାଦା।
ଅବ୍ୟାହତ ଗତି ସମ୍ଭୁ ପ୍ରସାଦା।।
ଅବାରିତ ଭଗବାନଙ୍କ ଲୀଳା ଶ୍ରବଣାନ୍ତେ ତାହାକୁ ମନନ କରି କରି ମୋର ତିନି ଇଷଣା ଗ୍ରନ୍ଥି ଖୋଲିଗଲେ କେବଳ ଭଗବାନଙ୍କ ଚରଣଙ୍କୁ ଦର୍ଶନ ଲାଳସା ବାରଂବାର ବଢ଼ିବାକୁ ଲାଗିଲା। ଗୋଟିଏ ଭାବ ମନମଧ୍ଯରେ ବଳବତ୍ତର ହେବାକୁ ଲାଗିଲା କେତେବେଳେ ମହାବାହୁ ମୋତେ ତାଙ୍କ ଶ୍ରୀପୟର ରେ ଶରଣ ଦେବେ।ଏ ନେତ୍ର ର ପ୍ରେମାଶୃ କେବେ ତାଙ୍କ ଅଭୟ ପଦାବ୍ଜ କୁ ଧୌତ କରିବ।
ଯାହାକୁ ପଚାରିଲି ସମସ୍ତେ ଭଗବାନ ସର୍ବତ୍ର ବିଦ୍ୟମାନ ବୋଲି ଉପଦେଶ ଦେଲେ। କିନ୍ତୁ ମୁଁ ନିର୍ଗୁଣ ବ୍ରହ୍ମ ଉପାସନା ଅପେକ୍ଷା ସଗୁଣ ଦର୍ଶନ ପାଇଁ ଲାଳାୟିତ ହେଉଥିବା ବେଳେ ମୋ ଗୁରୁ ଙ୍କ ବଚନ ରେ ଅଖଣ୍ଡ ବିଶ୍ବାସ ସହ ଶ୍ରୀ ରାମଚନ୍ଦ୍ର ଙ୍କ ଗୁଣଗାନ କରି ଛତ୍ରେ ଛତ୍ରେ ପ୍ରଭୁ ଙ୍କ ଅପେକ୍ଷା ରେ ଭ୍ରମଣ କରିବାକୁ ଲାଗିଲି।
ଏହି ଅନ୍ବେଷଣରେ ମୁଁ ମେରୁ ପର୍ବତ ଶିଖରେ ବଟବୃକ୍ଷ ତଳେ ମହାନ୍ ଲୋମସ ମୁନିଙ୍କ ସାନିଧ୍ୟ ଲାଭ କଲି। ବିନମ୍ର ଭାବେ ମୁଁ ତାଙ୍କ ଚରଣ ତଳେ ଶରଣ ନେଇ ହାତଯୋଡି ନିରବ ଦେଖି ମୁନୀ ମୋତେ ମୋ ଭାବ କୁ ଦେଖି ହେ ଦ୍ବିଜ ତୁମେ ମୋ ପାଖରୁ କଣ ପାଇବା ପାଇଁ ଚାହୁଁଛନ୍ତି ନିଃସଙ୍କୋଚରେ କୁହନ୍ତୁ।
ମୁଁ ହାତଯୋଡି ବିନୟୀ ଭାବେ କହିଲି ହେ ମହାଭାଗ ସଦୟ ପୂର୍ବକ ମୋତେ ସଗୁଣ ବ୍ରହ୍ମ ଆରାଧନା ପାଇଁ ଉପଦେଶ ଦିଅନ୍ତୁ ମୁଁ ଜାଣିଛି ଆପଣ ସର୍ବଜ୍ଞ ତଥା ଵ୍ରହ୍ମବେତ୍ତା ବିଦ୍ୱାନ ଅଟନ୍ତି।
ମୋର ଆଗ୍ରହ ଦେଖି ମହାମୁନି ରଘୁନାଥ ଙ୍କ କେତେକ ଲୀଳା ଶ୍ରବଣ କରାଇଲେ।ଆମ କଥପୋକଥନ ମଧ୍ୟରେ ମୁନୀ ମୋତେ ସତ୍ ପାତ୍ର ଅନୁଭବ କରି ସଦା ବ୍ରହ୍ମଲୀନ ଆନନ୍ଦ ଅନୁଭବ କରୁଥିବା ଲୋମଷଜୀ ନିର୍ଗୁଣ ବ୍ରହ୍ମ ଉପଦେଶ ଦେବା ଆରମ୍ଭ କଲେ। ଜ୍ଞାନ ମାର୍ଗରେ ସହଜରେ ମୁଁ ଯୋଗ୍ୟ ବିବେଚନା କରି ସୁନ୍ଦର ମାର୍ଗ ର ଉପଦେଶ ଆରମ୍ଭ କଲେ।
କ୍ରମଶଃ…