
☘️🌸🌼ଭାଗବତ ବାଣୀ🌼🌸☘️
ପ୍ରଶ୍ନ –
ମନୁଷ୍ୟ ଇହଲୋକରେ ଯେଉଁ ସ୍ଥୂଳ ଶରୀରଟି ଦ୍ବାରା କର୍ମ କରିଥାଏ, ତାହାକୁ ସେ ଏଠାରେ ଛାଡ଼ିଦେଇ ପରଲୋକକୁ ଚାଲିଯାଏ ଏବଂ ସେହି କର୍ମଦ୍ବାରା ଗଠିତ ଅନ୍ୟ ଶରୀରରେ ତାହାର ଫଳ ଭୋଗ କରେ, ଏହା କିପରି ସମ୍ଭବ ?
ଉତ୍ତର –
ଯେଉଁ ମନଃପ୍ରଧାନ ଲିଙ୍ଗଶରୀର ସାହାଯ୍ୟରେ ମନୁଷ୍ୟ କର୍ମ କରେ,ତାହା ମୃତ୍ୟୁ ପରେ ମଧ୍ୟ ଜୀବ ସହିତ ଅକ୍ଷୁର୍ଣ୍ଣରୂପେ ରହିଥାଏ ।
ତେଣୁ ଜୀବ ପରଲୋକରେ ମନଃସମନ୍ବିତ ଲିଙ୍ଗଶରୀର ଦ୍ବାରା ଅପରୋକ୍ଷଭାବରେ କର୍ମଫଳ ଭୋଗ କରେ ।
ମନ ଦ୍ବାରା ଜୀବ ସ୍ତ୍ରୀପୁତ୍ରାଦିଙ୍କୁ “ଏମାନେ ମୋର” ଏବଂ ଶରୀରାଦିକୁ “ଏହା ମୁଁ” ବୋଲି ଧରି ନେଇଥାଏ,ସେହିସବୁ ଶରୀରଦ୍ବାରା କରାଯାଇଥିବା ପାପପୁଣ୍ୟାଦିରୂପ କର୍ମକୁ ମଧ୍ୟ ସେ ନିଜେ ବହନ କରେ,ସେଥିପାଇଁ ତାକୁ ପୁନର୍ଜନ୍ମ ଗ୍ରହଣ କରିବାକୁ ପଡେ ।
।। ୪/୨୯/୬୦-୬୨।।
☘️🌸🙏ଶ୍ରୀ ଜଗନ୍ନାଥ ଶରଣଂ🙏🌸☘️