
ଗୋଟିଏ ପଞ୍ଚମ ଶ୍ରେଣୀ ପିଲାର ପରୀକ୍ଷାରେ ପ୍ରଶ୍ନ ଟିଏ ପଡିଥିଲା
ପାର୍ଥ୍ୟକ ଦର୍ଶାଅ
ବୋଉ ଓ ମାମା
ପିଲାଟି ତା ଖାତାରେ କିଛି ଏହିଭଳି ଉତ୍ତର
ଲେଖିଥିଲା,
୧- ବୋଉ ଏକ ଆଲୁରିବାଲୁରି ନିରୀହ ବିଲୁପ୍ତ ପ୍ରାୟ ପ୍ରାଣୀ,ଆଉ ମାମା ସ୍କୁଟି ଠାରୁ ଉଡାଜାହାଜ ଚଳେଇ ଜାଣିଥିବା ସବ୍ ଜାନତା ଜୀବ ଟିଏ।
୨- ବୋଉର ପରିବାର ରେ ଜେଜେ,ଜେଜେମା,ବଡ ମା ବଡ ବାପା ,ଦାଦା ଖୁଡି,ଅପା ,ପିଉସା ସମସ୍ତେ ସାମିଲ ,ହେଲେ ମାମା ର ପରିବାର ରେ ମାମା ପାପା ଆଉ ମୁଁ।
୩- ବୋଉ ପାହାନ୍ତାରୁ ଉଠେ ଘରଦ୍ୱାର ଓଳାଏ,ଗାଧୋଇପାଧୋଇ ଠାକୁର କରେ,ଗୁରୁଜନ ଙ୍କୁ ଜୁହାର ହୁଏ,ରୋଷେଇ ଘରେ ରୋଷେଇ କରେ ଦଶ ପ୍ରାଣୀ କୁଟୁମ୍ବ ଙ୍କ ପାଇଁ,ମାମା ସକାଳୁ ଉଠେ ଚା କରେ ,ଚା ପିଉ ପିଉ ପେପର ପଢେ,ମୋ ପାଇଁ ଟିଫିନ୍ କରେ ପ୍ରିପେୟାର କରି ମତେ ସ୍କୁଲ ଛାଡେ ନେଇ ବସ୍ ଷ୍ଟପରେ।
୪- ବୋଉ ଗାଇ ଗୋରୁଙ୍କ କଥା ବୁଝେ ରୋଷେଇ ବାସ କରୁ କରୁ,ମାମା ଘର କାମ ସାରେ ପାପା ଙ୍କ ଲଞ୍ଚ ତା ଲଞ୍ଚ ପ୍ୟାକ୍ କରି ଅଫିସ ଯାଏ।
୫- ସନ୍ଧ୍ୟାରେ ନିଦ ଆସିଲେ ବୋଉ କହେ ଶୋଇପଡ ଧନ,କାଲି ପାହାନ୍ତାରୁ ଉଠେଇ ଦେବି ପଢିଦେବୁ,ମାମା କିନ୍ତୁ ନଛୋଡବନ୍ଧା,ଆଜିର ପାଠ ଆଜି ହିଁ କରିବାକୁ ହେବ,ଜଗିକି ବସିଥିବ ଧନ ସହ ରାତି ଅଧ ଯାଏଁ।
୬- ବୋଉ ପରି ବୋଉର ପଣତ ବି ଏବେ ବିଲୁପ୍ତ ପ୍ରାୟ ଚିଜ,ହୁଏତ୍ କି୍ଛି ଦି ପରେ ଏହା ଏକ ଆଣ୍ଟିକ୍ ରେ ପରିଣତ ହେବ,ଆଉ ମାମା ର ପଣତ କାହିଁ,ନାଇଟି,ନାଇଟ ସୁଟ୍ ରେ ପଣତ ନଥାଏ।
୭- ବୋଉ ଭୋଟ ଦେଲା ବେଳେ ବାପା ଙ୍କୁ ପଚାରେ କୋଉଠି ଦେବି? ହେଲେ ମାମା ଙ୍କୁ ପାପା କିଛି କହିବାକୁ ଚେଷ୍ଟାକଲେ ମାମା କହେ କୁହନି ମ,ମୁଁ ବି ବେଶ ରାଜନୀତି ବୁଝେ ମ,ମୁଁ ଠିକ୍ ଜାଣି୍ଛି ମତେ କୋଉଠି ଭୋଟ୍ ଦେବାର ଅଛି ,ଆଉ କହିବିନି ବି ତୁମକୁ,ଦ୍ୟାଟ ଇଜ୍ ଦ ସିକ୍ରେଟ ବାଲାଟ୍ ।
୮ – ବୋଉ ର ରୋଷେଇ ଘର ଆଉ ମାମା ର କି୍ଚେନ୍,ବୋଉର ରୋଷେଇ ଘର,ପିଠା,ପଣା,କ୍ଷୀରି,କାନିକା,ବେସର,ପତ୍ର ପୋଡା, ଆଉ ମାମା ର କି୍ଚେନ୍ ରେ ପିଜା କଟଲେଟ୍,ଫ୍ରାଇଡ ରାଇସ୍,ସୁପ୍,କେକ୍।
୯- ଏ ସବୁ ବିଷମତା ଭିତରେ ବି ତାଙ୍କ ଦୁହିଁ ଙ୍କ ମନରେ ବି ସମାନତା ଟିଏ ଅଛି,ଦୁହେଁ ଦୁହିଁଙ୍କ ସନ୍ତାନ ଓ ପରିବାର ପାଇଁ ସମର୍ପିତ,that’s why she is /was/ will called as the homemaker.