
ଅବାଚ୍ୟ ବାଦା°ଶ୍ଚ ବହୁନ ବଦିଷ୍ୟନ୍ତି ତବ ଅହିତା, ନିନ୍ଦନ୍ତସ୍ ତବ ସାମର୍ଥ୍ୟ ତତୋ ଦୁଃଖତର°ନୁ କିମ୍ ।
ଅର୍ଥ : ଏଠାରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି- ” ତୁମ୍ଭର ଶତ୍ରୁମାନେ ତୁମ୍ଭ ବିଷୟରେ ଅନେକ କଟୁକଥା କହିବେ । ତୁମ୍ଭର ଶକ୍ତିକୁ ନିନ୍ଦା କରିବେ । ଏହାଠାରୁ ଦୁଃଖ କ’ଣ ଅଛି ?”
ବ୍ୟାଖ୍ୟା : ଶତ୍ରୁର ଧର୍ମ ହେଲା ସେ ନିଜର ଦୋଷକୁ ନ କହି ଅନ୍ୟର ଦୋଷକୁ ଏପରି ଭାବରେ ବର୍ଣ୍ଣନା କରିବ ଯେ ସତେ ଯେପରି ତା’ର ମୋଟେ ଦୋଷ ନାହିଁ । ସବୁ ଦୋଷ ଅପର ପକ୍ଷର । ଶତ୍ରୁ ଖାଲି ଅପର ପକ୍ଷର ଦୋଷ ଦୁର୍ବଳତାକୁ ଖୋଜି ବୁଲୁଥାଏ । ସାମାନ୍ଯ ଟିକିଏ ଦୋଷ ଦେଖିଲେ ତାକୁ ଏପରି ଭାବରେ ବନେଇ ଚୁନେଇ ସମସ୍ତଙ୍କ ଆଗରେ କହିବ ଯେ ଯାହାର କଟୁକଥା ଶୁଣି ଅନ୍ୟମାନେ ମଧ୍ଯ ତା’ର କଥାକୁ ବିଶ୍ବାସ କରିଯିବେ । ଅର୍ଜୁନ ଜାଣି ନାହାନ୍ତି ଆତ୍ମାକୁ ବାଧିଲା ଭଳି କଥା ତୀକ୍ଷ୍ଣ ଛୁରୀଠାରୁ ମଧ୍ୟ ଅଧିକ ଧାରୁଆ ।
ଶ୍ରୀକୃଷ୍ଣ ଏହିକଥା କହି ଅର୍ଜୁନଙ୍କୁ ସାବଧାନ କରି ଦେଉଛନ୍ତି ଯେ ଶତ୍ରୁ ପକ୍ଷର କଟୁ ମନ୍ତବ୍ୟ ମରଣଠୁ ବଳି ଦୁଃଖ । ହେ ଅର୍ଜୁନ ! ଏ ଦୁଃଖକୁ ତୁମ୍ଭେ ମୋଟେ ସହିତ ପାରିବ ନାହିଁ ।
ll ଅଧ୍ୟାୟ-୨, ସା°ଖ୍ୟ ଯୋଗଃ ଶ୍ଳୋକ – ୩୬ ll
☘️🌸🙏ଶ୍ରୀ ଜଗନ୍ନାଥ ଶରଣଂ🙏🌸☘️