
ଦେଶରେ ବ୍ୟାଙ୍କ ଠକେଇ ମାମଲା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି।
ଠକମାନେ ନୂଆ ନୂଆ ଉପାୟରେ ଲୋକଙ୍କୁ ନିଜର ଠକାମୀର ଶିକାର କରୁଛନ୍ତି। ଏଭଳି ଠକେଇକୁ ଏଡ଼ାଇବା ପାଇଁ ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଗ୍ରାହକଙ୍କୁ ନିରନ୍ତର ଚେତାବନୀ ଦେଇ ଆସୁଛି।
ଏହି କ୍ରମରେ ଏସବିଆଇ ଗୁରୁବାର ଦିନ ଏକ ନୂଆ ଠକେଇ ବିଷୟରେ ସୂଚନା ଦେବା ସହ, ଏପରି ଠକେଇର ଶିକାର ହେଲେ ଜଣଙ୍କୁ କ’ଣ କରିବାକୁ ପଡ଼ିବ ଏବଂ ନିଜର କଷ୍ଟ ଉପାର୍ଜିତ ଟଙ୍କା ଲୁଟ୍ ହେବାରୁ କିପରି ରକ୍ଷା କରାଯାଇ ପାରିବ, ସେ ନେଇ ଉପାୟ କହିଛି।
ଏସବିଆଇ ଏହାର ଲକ୍ଷ ଲକ୍ଷ ଗ୍ରାହକଙ୍କୁ ସତର୍କ କରାଇ ଦେଇଛି ଯେ ନକଲି ଇ- ମେଲ୍ ଗ୍ରାହକଙ୍କ ନିକଟକୁ ପଠାଯାଉଛି। SBI ଏହି ଇ- ମେଲ୍ ଗୁଡ଼ିକ ସହିତ ଜଡ଼ିତ ନୁହେଁ। ଏପରି ପରିସ୍ଥିତିରେ, ଆପଣ ଏହିପରି ଇ- ମେଲ୍ ଖୋଲିବା ଠାରୁ ଦୂରେଇ ରହିବା ଉଚିତ୍। ଏସବିଆଇ କହିଛି ଯେ ସେ ତାର ଗ୍ରାହକଙ୍କୁ ସେପରି କୌଣସି ମେଲ୍ ପଠାଇନଥାଏ।
ଷ୍ଟେଟ ବ୍ୟାଙ୍କ ଆଣିଲା ନୂଆ ଯୋଜନା, ପ୍ରଥମ ୬ ମାସ ବିନା ଇଏମଆଇରେ ମିଳିବ ଋଣ