ଗୃହର ବାସ୍ତୁ ବିଚାର ବାୟବ୍ୟ!!

htr image make your home vastu friendly 1576 10207
Reading Time: 2 minutes

୧-ଗୃହର ବାୟବ୍ୟ କୋଣ ଖାଲି ଏବଂ ଚେପଟା ହୋଇଥିଲେ ଗୃହସ୍ୱାମୀ ଭାଗ୍ୟଶାଳୀ ହୋଇ ମଧ୍ୟ ଆନନ୍ଦ ଭୋଗ କରିପାରେ ନାହିଁ ‘
୨- ବାୟବ୍ୟ କୋଣରେ ଶୟନ କକ୍ଷ ହେଲେ ସର୍ଦ୍ଦି, କାଶ, ଥଣ୍ଡା ରୋଗ ହେବା ସହ ଋଣଗ୍ରସ୍ତ ହୁଏ ‘
୩ – ଗୃହର ବାୟବ୍ୟ କୋଣରେ ଅଧ୍ୟୟନ କକ୍ଷ ଓ ପୁସ୍ତକ ରହିଲେ ପରିବାରର ସଦସ୍ୟ ମାନଙ୍କ ମନ ଅସ୍ଥିର ରହେ ଓ ଅଧ୍ୟୟନ ରେ ବାଧା ସୃଷ୍ଟି ହୁଏ ‘
୪ – ବାୟବ୍ୟ କୋଣରେ ରୋଷେଇ ଘର ରହିଲେ ଗୃହର ସ୍ତ୍ରୀ ଲୋକମାନଙ୍କ ମନ ଅସ୍ଥିର ରହେ ‘
୫ – ଗୃହର ବାୟବ୍ୟ କୋଣରେ ଶୌଚାଳୟ ରହିଲେ ପରିବାରର ସଦସ୍ୟମାନଙ୍କ ସୁଖ – ଶାନ୍ତି ହ୍ରାସ ପାଏ ‘
୬ – ଗୃହର ଉତ୍ତର – ବାୟବ୍ୟ ଦିଗରେ ମାର୍ଗବେଧ ରହିଲେ ଗୃହର ସଦସ୍ୟମାନେ ବହୁ ଶୟନ – ବ୍ୟସନ – ବାସନାର ଶିକାର ହୁଅନ୍ତି ‘
୭ – ଗୃହର ଉତ୍ତର -ବାୟବ୍ୟ ଉଚ୍ଚହେଲେ ମାଲିମକଦ୍ଧମା, ଚୋରି ଓ ଅଗ୍ନି ଭୟ ରହେ ‘ପୁତ୍ର ବିହିନ ହେବାର ସମ୍ଭାବନା ରହେ ‘
୮ – ବାୟବ୍ୟ ଅଂଶ ଐଶାନ୍ୟ ଅପେକ୍ଷା ନିମ୍ନ ହୋଇ ବାୟବ୍ୟ କୋଣରେ କୁଅ କିମ୍ବା ଗର୍ତ୍ତ ଥିଲେ ଗୃହ ବାସୀମାନେ ମାଲିମକଦ୍ଧମା ଓ ରୋଗ ଗ୍ରସ୍ତ ହୁଅନ୍ତି ‘
୯ – ଗୃହର ବାୟବ୍ୟ କୋଣର ଉତ୍ତର ଭାଗ ଆଛାଦିତ ହୋଇଥିଲେ ଗୃହ ସ୍ୱାମିନୀ ଓ ତୃତିୟ ସନ୍ତାନ ଉପରେ କୁ ପ୍ରଭାବ୍ବ ପଡେ ‘
୧୦ – ଗୃହ ବାୟବ୍ୟ କୋଣରେ ଥିବା କକ୍ଷର ବାୟବ୍ୟ କୋଣରେ ଚୁଲି କିମ୍ବା ଗ୍ୟାସଚୁଲା ଥିଲେ ଘରେ ଅତିଥି ମାନଙ୍କର ଭିଡ ଲାଗି ରହେ ‘ ଖାଇବା ଖର୍ଚ୍ଚ ବଢି ଅର୍ଥାଭାବ ଲାଗିରହେ ‘
୧୧- ଗୃହର ଉତ୍ତର ରେ ମୂଖ୍ୟଦ୍ୱାର ଥିବ, ଆଗ୍ନୟ – ବାୟବ୍ୟ ଉଚ୍ଚ ହେବ, ଐଶାନ୍ୟ – ନୈଋତ କଟିଯାଇଥିବ, ତେବେ ଘରେ ପିତା -ପୁତ୍ର, ପତି -ପତ୍ନୀ, ଭାଇ -ବନ୍ଧୁ, ଶାଶୁ – ବହୁ ମଧ୍ୟରେ ଶତୃତା ବଢିବ’
୧୨ – ଗୃହର ବାୟବ୍ୟ କୋଣ ଉନ୍ନତ ଓ ଆଛାଦିତ ହେବ, ତେବେ ଗୃହବାସୀମାନେ ମତିଭ୍ରମର ଶିକାର ହେବେ ‘ ଆତ୍ମହତ୍ୟା ପ୍ରବଣତା ରହିବା ସମ୍ଭାବନା ରହିବ ‘
୧୩ – ଗୃହର ବାୟବ୍ୟ କୋଣରେ ଦୋଷ ରହିଲେ ଘର ନିଲାମ ହେବ ‘
୧୪- ଗୃହର ଆଗ୍ନେୟ – ବାୟବ୍ୟ, ନୈଋତ – ଐଶାନ୍ୟ ଅପେକ୍ଷା ଅଧିକ ଥିଲେ ଅଗ୍ନି କାଣ୍ଡ ହୁଏ ‘
୧୫ – ଗୃହବାରଣ୍ଡାର ଐଶାନ୍ୟ ଅପେକ୍ଷା ବାୟବ୍ୟ ନିମ୍ନ ହେବ ଓ ନୈଋତ ଆଗ୍ନେୟ ଅପେକ୍ଷା ଉଚ୍ଚ ହେବ, ତେବେ ଶତୃମାନଙ୍କ ସଂଖ୍ୟା ବଢିବ ଓ ମହିଳାମାନେ ରୋଗଗ୍ରସ୍ତ ହେବେ ‘ ଗୃହରେ ଭୟ ଲାଗି ରହିବ’

ପଣ୍ଡିତ ସଞ୍ଜୟ ପାଢୀଶର୍ମା, ଭଦ୍ରକ, ଚରମ୍ପା, ୬୩୭୦୩୯୮୯୨୨ ‘
(ଦୋଷଶାନ୍ତି ପାଇଁ ପ୍ରତିକାର କରିବେ)

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.