thought for the day with meaning

☘️🌸🙏 ଭାଗବତ ବାଣୀ🙏🌸☘️ମନୁଷ୍ୟର ଇନ୍ଦ୍ରିୟ

KRISHNA Upadesh
Reading Time: < 1 minute

ଭଗବାନ୍ କହୁଛନ୍ତି –

ମନୁଷ୍ୟର ଇନ୍ଦ୍ରିୟମାନେ ଯଦି ତାର ବଶରେ ନ ଥାନ୍ତି ଏବଂ ସେ ଯଦି ସନ୍ତୋଷୀ ହୋଇ ନ ଥାଏ, ତେବେ ସଂସାରର ସକଳ ପ୍ରିୟ ବସ୍ତୁ ତାକୁ ମିଳିଗଲେ ବି ତାହା ସେହି ଜଣକର ସମସ୍ତ କାମନା ପୂର୍ଣ୍ଣ କରିବାକୁ ସମର୍ଥ ହେବ ନାହିଁ । ପ୍ରାରବ୍ଧ ଅନୁସାରେ ଯାହା ମିଳିଯିବ, ସେତିକିରେ ସନ୍ତୁଷ୍ଟ ହେଉଥିବା ବ୍ୟକ୍ତି ହିଁ ସୁଖରେ ଜୀବନ ଅତିବାହିତ କରେ । କିନ୍ତୁ ନିଜ ଇନ୍ଦ୍ରିୟମାନଙ୍କୁ ବଶ କରିପାରି ନ ଥିବା ପୁରୁଷ ତ୍ରିଲୋକ-ରାଜ୍ୟ ପାଇଗଲେ ମଧ୍ୟ ସୁଖ ପାଇପାରେ ନାହିଁ ; କାରଣ ତା ହୃଦୟରେ ଅସନ୍ତୋଷର ଅଗ୍ନି ହୁ ହୁ ହୋଇ ଜଳୁଥାଏ । ଧନ ଓ ଭୋଗରେ ସନ୍ତୁଷ୍ଟ ନ ହେବା ହିଁ ହେଉଛି ଜନ୍ମମୃତ୍ୟୁ ଚକ୍ରରେ ଘୁରିବାର କାରଣ ତଥା ଯାହା କିଛି ମିଳିଯାଏ, ସେଥିରେ ସନ୍ତୁଷ୍ଟ ହେବା ହିଁ ମୁକ୍ତିର କାରଣ ।

।। ୮/୧୯/୨୧-୨୫।।

🕉️🙏ଗୀତା ଜ୍ଞାନ🙏🕉️

ଏଷା ତେ{ଭିହିତା ସା°ଖ୍ୟେ ବୁଦ୍ଧିର୍ଯୋଗେ ତ୍ବିମା° ଶୃଣୁ,
ବୁଦ୍ଧ୍ୟା ଯୁକ୍ତୋଯୟା ପାର୍ଥ କର୍ମବନ୍ଧ° ପ୍ରହାସ୍ୟସି ।

ଅର୍ଥ : ଏଠାରେ ଶ୍ରୀକୃଷ୍ଣ କହୁଛନ୍ତି – ” ମୁଁ ତୁମ୍ଭଙ୍କୁ ଆତ୍ମା ବିଷୟରେ ଯାହା କହିଲି ତୁମ୍ଭେ ଶୁଣିଲ ।” ବର୍ତ୍ତମାନ ତୁମ୍ଭଙ୍କୁ ଯୋଗ ବିଷୟରେ କହିବି । ହେ ପାର୍ଥ ! ତୁମ୍ଭେ ବୁଦ୍ଧି ଖଟାଇ ଯଦି କର୍ମ କରିବ ତେବେ କର୍ମ ବନ୍ଧନରୁ ମୁକ୍ତ ହୋଇଯିବ ।

ବ୍ୟାଖ୍ଯା : ସା°ଖ୍ୟର ଅର୍ଥ ହେଲା ଯହାଦ୍ବାରା ଆତ୍ମାର ପ୍ରକୃତ ସ୍ବରୂପ ପ୍ରକାଶ ପାଏ । ଯୋଗର ଅର୍ଥ ହେଲା ଇନ୍ଦ୍ରିୟକୁ ସ°ଯମ କରିବା ।

ମଣିଷ ଇନ୍ଦ୍ରିୟମାନଙ୍କୁ ସ°ଯମ ନ କରି ନିଜ ଇଚ୍ଛାନୁସାରେ କର୍ମ କରୁଥିବାରୁ ସେ କର୍ମ ବନ୍ଧନରେ ପଡେ । ହେ ଅର୍ଜୁନ ! ଯେଉଁ ମାନଙ୍କର ଜ୍ଞାନ ନଥାଏ ଓ ନିଜର ବୁଦ୍ଧି ଅନୁସାରେ କର୍ମ କରୁଥାନ୍ତି ସେମାନେ ବହୁ ସମୟରେ ଭୁଲ୍ ଟାକୁ ଠିକ୍ ବୋଲି ଭାବି କର୍ମ କରିବା ଦ୍ବାରା ମୋହରେ ପଡ଼ି ଯାଆନ୍ତି । ଏହି ମୋହଟା ସେମାନଙ୍କୁ ବନ୍ଧନରେ ଛନ୍ଦି ଦିଏ । କିନ୍ତୁ ପ୍ରକୃତ ସତ୍ୟକୁ ଉପଲବ୍ଧି କରି ଯଦି ବୁଦ୍ଧି ଖଟାଇ କର୍ମ କରିବ ତେବେ ନିଶ୍ଚୟ କର୍ମ ବନ୍ଧନରୁ ମୁକ୍ତ ହୋଇଯିବ ।

ll ଅଧ୍ୟାୟ-୨, ସା°ଖ୍ୟ ଯୋଗଃ ଶ୍ଳୋକ – ୩୯ ll

☘️🌸🙏ଶ୍ରୀ ଜଗନ୍ନାଥ ଶରଣଂ🙏🌸☘️

 

☘️🌸🌼 ଭାଗବତ ବାଣୀ🌼🌸☘️ଆତ୍ମାକୁ ଖୋଜିବାକୁ ପଡ଼ିବ!

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x