Spiritual Thoughts in life

🌸☘️🌼🙏ସତ୍ୟ କଥନ🙏🌼☘️🌸

spiritual thoughts about Lord Shiva
Reading Time: 2 minutes

ମହାଦେବ ଭଗବାନ ଶିବ ଯେତିକି ଶୀଘ୍ର ପ୍ରସନ୍ନ ହୁଅନ୍ତି ସେତିକି ଶୀଘ୍ର କ୍ରୋଧିତ ମଧ୍ୟ ହୋଇଥାନ୍ତି । ସବୁ ଦେବତାଙ୍କ ମଧ୍ୟରୁ ଶିବ ପ୍ରଚଣ୍ଡ ରାଗି ।

ସବୁ ଦେବତାଙ୍କୁ ପ୍ରସନ୍ନ କରିବେ ପାଇଁ ବଡ ବଡ ପୂଜା କରାଯାଇଥାଏ । କିନ୍ତୁ ଭାଗବାନ ଶିବ କେବଳ ଶିବଲିଙ୍ଗରେ ଶ୍ରଦ୍ଧାର ସହ ଜଳ ଅର୍ପଣ କଲେ ମଧ୍ୟ ପ୍ରସନ୍ନ ହୋଇ ନିଜ ଭକ୍ତଙ୍କ କଲ୍ୟାଣ କରିଥାନ୍ତି ।ଶିବ ଯେତେବେଳେ ରାଗି ଯାଆନ୍ତି ସେତେବେଳେ ନିଜ ତୃତୀୟ ନୟନ ଖୋଲିଦେଇ ସବୁ ଧ୍ବଂସ କରିଦେଇଥାନ୍ତି ।

କ’ଣ ଶିବଙ୍କ ତୃତୀୟ ନୟନ ଆସନ୍ତୁ ଜାଣିବା :-

ଭଗବାନ ଶିବଙ୍କ ମଥାରେ ତୃତୀୟ ନୟନ ଥିବା କଥା ପୁରାଣରେ ବର୍ଣିତ ଅଛି ।ସେ ତୃତୀୟ ନୟନରେ ସବୁକିଛି ଦେଖିପାରନ୍ତି ।ଯେତେବେଳେ ଶିବ ନିଜ ତୃତୀୟ ନୟନ ଖୋଲନ୍ତି ସେଥିରୁ ବହୁତ ତୀକ୍ଷ୍ଣ ଆଲୋକ ବାହାରିଥାଏ।ସେହି ଆଲୋକରେ ସବୁ ଭସ୍ମ ହୋଇଯାଏ ।ଏଭଳି ସ୍ଥିତିରେ ଶିବ ଯେକୌଣସି ଜାଗାକୁ ଦେଖିପାରନ୍ତି ଏବଂ କାହା ସହ ମଧ୍ୟ ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନା କରିପାରିଥାନ୍ତି ।

ଭଗବାନ ଶିବଙ୍କ ତୃତୀୟ ନୟନକୁ ପ୍ରଳୟ ବୋଲି କୁହାଯାଏ । ଭଗବାନ ଶିବଙ୍କ ତୃତୀୟ ନୟନରୁ ବାହାରୁଥିବା କ୍ରୋଧ ଅଗ୍ନିରେ ପୃଥିବୀ ଧ୍ବଂସ ହୋଇଯିବ ।ଶିବଙ୍କ ୩ଟି ଆଖିର ଗୁଣ ଅଲଗା ଅଲଗା । ଡାହାଣ ନୟନ ସତ୍ଵ ଗୁଣ ଏବଂ ବାମ ନୟନ ରଜୋ ଗୁଣ ଏବଂ ତୃତୀୟ ନୟନରେ ତମୋ ଗୁଣ ବାସ କରିଥାଏ । କେବଳ ଭଗବାନ ଶିବଙ୍କ ତୃତୀୟ ନୟନ ତାଙ୍କ ଲଲାଟରେ ଥାଏ ଯେଉଁଥିପାଇଁ ତାଙ୍କୁ ତ୍ରିନେତ୍ର ବୋଲି କୁହାଯାଇଥାଏ । ଗୋଟିଏ ନୟନକୁ ଚନ୍ଦ୍ର, ଦ୍ୱିତୀୟକୁ ସୂର୍ଯ୍ୟ ଏବଂ ତୃତୀୟକୁ ବିବେକ ବୋଲି ବିଶ୍ୱାସ କରାଯାଏ । ଶିବଙ୍କ ତୃତୀୟ ଚକ୍ଷୁ ଆଜ୍ଞାଚକ୍ର ବୋଲି କୁହାଯାଏ ।ଆଜ୍ଞାଚକ୍ର ବିବେକ ବୁଦ୍ଧିର ସ୍ରୋତ ।ତୃତୀୟ ନୟନ ଖୋଲିଗଲେ ସାମାନ୍ୟ ମଣିଷ ବଟବୃକ୍ଷ ଭଳି ଆକାର ଧାରଣ କରିଥାଏ ।

ଆଜ୍ଞାଚକ୍ରର ଅର୍ଥ, ମଣିଷ ଶରୀରରେ ସକାରାତ୍ମକ ଶକ୍ତି ।ଏହି ଚକ୍ରକୁ ଜାଗୃତ କରିବା ଅର୍ଥ ମାନବ ଶରୀରରେ ସମ୍ପୂର୍ଣ ଆଧ୍ୟାତ୍ମିକ ଶକ୍ତିର ପ୍ରବାହ ହେବା।ଏହି ଆଜ୍ଞାଚକ୍ର ସ୍ଥାନରେ ଆତ୍ମା ଜ୍ଞାନ ପ୍ରସ୍ତୁତ ଏବଂ କେନ୍ଦ୍ରିତ ହୋଇଥାଏ। ଯେଉଁ ବ୍ୟକ୍ତି ଏହି ଶକ୍ତିକୁ ଜାଗୃତ କରିପାରେ ତାକୁ ସବୁ ପ୍ରକାର ଶକ୍ତି ପ୍ରାପ୍ତ ହୋଇଥାଏ ।ଏହି ଶକ୍ତି ଜରିଆରେ ମାନବ ବ୍ରହ୍ମାଣ୍ଡର ସବୁକିଛି ଦେଖିପାରେ। ଭଗବାନ ଶିବ ମାନବର ସର୍ବୋତ୍ତମ ସ୍ୱରୂପ । ଶିବ ଅତୀତକୁ ଦେଖିପାରନ୍ତି, ବର୍ତ୍ତମାନକୁ ନିୟନ୍ତ୍ରଣ କରିପାରନ୍ତି ଏବଂ ଭବିଷ୍ୟତ ମଧ୍ୟ ଦେଖିପାରନ୍ତି । ସେ ତ୍ରିକାଳଦର୍ଶୀ ।ପୁରାଣ ଅନୁସାରେ, ସ୍ୱର୍ଗ ଲୋକ, ମୃତ୍ୟୁ ଲୋକ ଏବଂ ପାତାଳ ଲୋକ ଏହି ୩ ଚକ୍ଷୁର ପ୍ରତୀକ ।

ଭଗବାନ ଶିବଙ୍କୁ ୩ ଲୋକର ସ୍ୱାମୀ ବୋଲି କୁହାଯାଏ । ବେଦ ଶାସ୍ତ୍ର ଅନୁସାରେ ଧରାପୃଷ୍ଠରେ ରହୁଥିବା ସମସ୍ତ ଜୀବଙ୍କ ୩ଟି ଚକ୍ଷୁ ରହିଛି ।୨ ଚକ୍ଷୁରେ ସମସ୍ତ ଜୀବ ଭୌତିକ ବସ୍ତୁ ଦେଖିଥାନ୍ତି ଏବଂ ତୃତୀୟ ଚକ୍ଷୁକୁ ବିବେକ ବୋଲି ବିଚାର କରାଯାଏ ।କିନ୍ତୁ ତୃତୀୟ ଚକ୍ଷୁ ଦେଖାଯାଏନାହିଁ । ଧର୍ମ ଗ୍ରନ୍ଥରେ ଶିବଙ୍କ ୩ୟ ଚକ୍ଷୁ ସହ ଜଡିତ ଏକ କଥା ପ୍ରଚଳିତ ଅଛି । ପ୍ରଣୟ ଦେବତା କାମଦେବ ନିଜ କ୍ରୀଡା ଦ୍ୱାରା ଶିବଙ୍କ ତପସ୍ୟା ଭଙ୍ଗ କରିବା ପାଇଁ ଚେଷ୍ଟା କରିଥିଲେ ।ଏଥିରେ ରାଗିଯାଇ ଶିବ ନିଜ ୩ୟ ଚକ୍ଷୁ ଖୋଲିଦେଇଥିଲେ ଏବଂ ୩ୟ ଚକ୍ଷୁର ଅଗ୍ନିରେ କାମଦେବ ଭସ୍ମ ହୋଇଯାଇଥିଲେ । କାମଦେବ ସବୁ ମଣିଷ ଭିତରେ ବାସ କରନ୍ତି ।ନିଜ ବିବେକ ଦ୍ୱାରା କାମଦେବକୁ ଶାନ୍ତ କରିବା ଉଚିତ।

ବୈଜ୍ଞାନିକ ରହସ୍ୟ : ମସ୍ତିସ୍କର ମଝି ଭାଗରେ ଏକ ପିନିୟଲ ଗ୍ଲାଣ୍ଡ ଥାଏ ଯାହାକୁ ୩ୟ ଚକ୍ଷୁ କୁହାଯାଏ ।ଏହାର କାମ ହେଲା ହର୍ମୋନ ଛାଡିବା । ଏହି ହର୍ମୋନକୁ ମେଲାଟୋନିନ ହର୍ମୋନ କୁହାଯାଏ ।ଶୋଇବା ଉଠିବା ଚକ୍ରକୁ ଏହି ହର୍ମୋନ ସଂଚାଳନ କରିଥାଏ ।ମଣିଷ ଅନ୍ଧ ହୋଇଥିଲେ ମଧ୍ୟ ପିନିୟଲ ଗ୍ଲାଣ୍ଡ ଦ୍ୱାରା ଲାଇଟ ଜଳିଲେ ଜାଣିପାରିଥାଏ ।

🌸☘️🙏ଓଁ ନମଃ ଶିବାୟ🙏☘️🌸

 

ପୂଲସ୍ତ୍ୟ ରୁଷିଙ୍କ ବଜ୍ରର ଆଘାତ

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x