spiritual thought of the day, Chaanakya Niti

☘️🌸🙏ଚାଣକ୍ୟ ବଚନ 🙏🌸☘️ଗଧଠାରୁ ତିନୋଟି ଗୁଣ ଶିକ୍ଷା…

Chanakya Niti
Reading Time: < 1 minute

➡️ ଜ୍ଞାନୀଲୋକ ଧନ ହୀନ ହେଲେ ମଧ୍ୟ ଦୁଃଖ କରେନାହିଁ । ବନ୍ଧୁ ଯଦି ପଣ୍ଡିତ ହୋଇଥାଏ ତେବେ ଚିନ୍ତା କରିବାର କୌଣସି କାରଣ ନାହିଁ । ଯେଉଁ ନାରୀର ପୁଅ, ଝିଅ, ନାତି ନାତୁଣୀ ସମାଜରେ ପ୍ରତିଷ୍ଠା ଲାଭ କରିଛନ୍ତି ସେ ବିଧବା ହେଲେ ମଧ୍ୟ ଦୁଃଖ କରିବା ଉଚିତ ନୁହେଁ । କାରଣ ଏମାନେ ସମସ୍ତେ ହିଁ ସୁଖରେ ଜୀବନ କଟାଇ ଥାନ୍ତି ।

➡️ ଗଧଠାରୁ ତିନୋଟି ଗୁଣ ଶିକ୍ଷା କରିବା ଉଚିତ୍ । ତାହାହେଲା ଅବିଶ୍ରାନ୍ତ ଭାବରେ ଭାର ବହନ କରିବା , ଶୀତ ଓ ଗ୍ରୀଷ୍ମ ଜନିତ କଷ୍ଟକୁ ସହି ସର୍ବଦା ସନ୍ତୋଷରେ ରହିବା

➡️ ବ୍ରାହ୍ମଣ ଅସନ୍ତୁଷ୍ଟ ହେଲେ , ତାର ସମସ୍ତ ଉତ୍ତମ ଗୁଣ ନଷ୍ଟହୁଏ । ରାଜା ଅଳ୍ପରେ ସନ୍ତୁଷ୍ଟ ହେଲେ ତାଙ୍କର ଅର୍ଥକ କ୍ଷତି ଘଟିଥାଏ । ବେଶ୍ୟାମାନେ ଲଜ୍ଜାକଲେ ସେମାନଙ୍କର ଜୀବିକା ବୁଡିଯାଏ । ଲଜ୍ଜା ନଥିବା କୂଳବଧୂର ସର୍ବନାଶ ଘଟେ ।

➡️ ଚତୁର ବ୍ୟକ୍ତି, ସର୍ପ, ନୃପ, ବ୍ୟାଘ୍ର, ବିରୁଡି, ବାଳକ, ପରର କୁକୁର ଓ ମୂର୍ଖ ଲୋକ ଶୋଇଥିଲେ ତାଙ୍କୁ ଉଠାଇବାକୁ ଚେଷ୍ଟା କର ନାହିଁ ।

➡️ ଅସମ୍ଭବ କଥା ସ୍ବଚକ୍ଷୁରେ ଦେଖୁଥିଲେ ମଧ୍ୟ କାହା କଥାରେ କହିବା ଅନୁଚିତ । କାରଣ ପଥର ପାଣିରେ ଭାସୁଛି କିମ୍ବା ମାଙ୍କଡ ଗୀତ ଗାଉଛି, ଏକଥା କହିଲେ କିଏ ଅବା ବିଶ୍ଵାସ କରିବ ?

➡️ ଅନ୍ୟାୟ ଉପାୟରେ ଅର୍ଜିତ ଦ୍ରବ୍ୟ ଦଶବର୍ଷ ପାଇଁ ରହେ । କିନ୍ତୁ ପରେ ଏକାଦଶ ବର୍ଷରେ ମୂଳ ସହିତ ସମସ୍ତ ଦ୍ରବ୍ୟ ବିନାଶ ହୁଏ ।

➡️ ବିଦ୍ୟାକୁ ବାରମ୍ବାର ଅଭ୍ୟାସ ନକଲେ ତାହା ବିଷ ତୁଲ୍ୟ ମନେ ହୁଏ । ଅଜୀର୍ଣ୍ଣ ରୋଗୀ ପକ୍ଷରେ ଭୋଜନ ବିଷତୁଲ୍ୟ , ଦରିଦ୍ର ପକ୍ଷରେ ବହୁକୁଟୁମ୍ବ ବିଶିଷ୍ଟ ପରିବାର ଓ ବୃଦ୍ଧ ପକ୍ଷରେ ଯୁବତୀନାରୀ ବିଷ ତୁଲ୍ୟ ପ୍ରତୀତ ହୁଏ ।

☘️🌸🙏ଜୟ ଜଗନ୍ନାଥ🙏🌸☘️

 

☘️🌸🌼ଚାଣକ୍ୟ ବାଣୀ🌼🌸☘️ସର୍ବଦା ସୁଖ ଭୋଗ…

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x