☘️🌸🌼 ଭାଗବତ ବାଣୀ🌼🌸☘️ଧର୍ମର ମର୍ଯ୍ୟାଦା ପ୍ରଣୟନ…

inspirational spiritual quotes
Reading Time: < 1 minute

ଯମରାଜ କହୁଛନ୍ତି –

ସ୍ବୟଂ ଭଗବାନ୍ ହିଁ ଧର୍ମର ମର୍ଯ୍ୟାଦା ପ୍ରଣୟନ କରିଛନ୍ତି । ତାହାକୁ ୠଷିମାନେ ଜାଣନ୍ତି ନାହିଁ, କି ଦେବତା ବା ସିଦ୍ଧଗଣ ଜାଣନ୍ତି ନାହିଁ । ଏପରି ସ୍ଥିତିରେ ମନୁଷ୍ୟ, ବିଦ୍ୟାଧର, ଚାରଣ,ଅସୁର ଆଦି ବା ଜାଣିବେ କିପରି ! ଭଗବାନଙ୍କ ଦ୍ବାରା ପ୍ରଣୀତ ଭାଗବତଧର୍ମ ହେଉଛି ପରମ ଶୁଦ୍ଧ ଓ ଅତ୍ୟନ୍ତ ଗୋପନୀୟ । ତାହା ଜାଣିପାରିବା ଅତ୍ୟନ୍ତ କଠିନ । ଯେ ତାହା ଜାଣିଯାଆନ୍ତି,ସେ ଅମରତ୍ବ ପଦ ଲାଭ କରନ୍ତି । ଭାଗବତଧର୍ମର ରହସ୍ୟ ବ୍ରହ୍ମା, ଦେବର୍ଷି ନାରଦ,ଭଗବାନ୍ ଶଙ୍କର, ସନତକୁମାର,କପିଳଦେବ,ସ୍ବାୟମ୍ଭୁବ ମନୁ,ପ୍ରହ୍ଲାଦ, ଜନକ,ଭୀଷ୍ମ, ବଳି,ଶୁକଦେବ ଏବଂ ମୁଁ ( ଧର୍ମରାଜ ) ଏହି ବାରଜଣ ହିଁ ଜାଣୁ ।

ଏହି ଜଗତରେ ନାମକୀର୍ତ୍ତନ ଆଦି ଉପାୟଦ୍ବାରା ଭଗବାନଙ୍କ ଚରଣରେ ଭକ୍ତିଭାବ ପ୍ରାପ୍ତ କରିବା ହିଁ ହେଉଛି ଜୀବମାନଙ୍କର ସର୍ବଶ୍ରେଷ୍ଠ ଧର୍ମ ବା କର୍ତ୍ତବ୍ୟ । ବଡ଼ ଦୁଃଖର ବିଷୟ ଯେ, ବଡ଼ ବଡ଼ ବିଦ୍ବାନମାନଙ୍କର ବୁଦ୍ଧି ବି ଭଗବାନଙ୍କ ମାୟାରେ ମୋହିତ ହୋଇଯାଏ । ବିଭିନ୍ନ କର୍ମ କଲେ ସେଥିରୁ ନାନା ପ୍ରକାର ସୁନ୍ଦର ଫଳ ମିଳେ ବୋଲି ମଧୁର ବର୍ଣ୍ଣନା କରୁଥିବା ଅର୍ଥବାଦରୂପୀ ବେଦବାଣୀରେ ହିଁ ସେମାନଙ୍କର ବୁଦ୍ଧି ମୋହିତ ହୋଇଯାଏ । ଏବଂ ତା’ଫଳରେ ସେମାନେ ଯାଗଯଜ୍ଞାଦି ବଡ଼ ବଡ଼ କର୍ମରେ ଲାଗିରହନ୍ତି । ସେମାନେ ଏହି ଅତ୍ୟନ୍ତ ସୁଗମ ଭଗବାନ୍ନାମ ମହିମା ଜାଣିପାରନ୍ତି ନାହିଁ ।

କ୍ରମଶଃ….

।। ୬/୩/୧୯-୨୫।।

☘️🌸🙏ଶ୍ରୀ ଜଗନ୍ନାଥ ଶରଣଂ🙏🌸☘️

 

☘🌸🌼🙏ମହତ ବାଣୀ🙏🌼🌸☘️ପାପ ମୋ’ ନିକଟକୁ ଆସିବ ନାହିଁ

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.