☘️🌸🙏 ଭାଗବତ ବାଣୀ🙏🌸☘️ଗଜେନ୍ଦ୍ର ସ୍ତୁତି…

Quotes by Lord Krishna
Reading Time: < 1 minute

ଯେ ଜଗତର ମୂଳକାରଣ ଏବଂ ସମସ୍ତଙ୍କ ହୃଦୟରେ ପୁରୁଷରୂପେ ବିରାଜମାନ ଏବଂ ସମସ୍ତ ଜଗତର ଏକମାତ୍ର ସ୍ବାମୀ,ଯାହାଙ୍କ ହେତୁ ଏହି ସଂସାରରେ ଚୈତନ୍ୟର ବିସ୍ତାର ହୋଇଥାଏ, ସେହି ଭଗବାନଙ୍କୁ ମୁଁ ନମସ୍କାର କରୁଛି; ମୁଁ ଭାବର ସହିତ ତାଙ୍କୁ ଧ୍ୟାନ କରୁଛି ।

ଏହି ସଂସାର ଯାହାଙ୍କ ଆଶ୍ରୟରେ ରହିଛି, ଯାହାଙ୍କ ସତ୍ତା ହେତୁ ପ୍ରତୀତ ହେଉଛି, ଯେ ଏହି ସଂସାରରେ ପରିବ୍ୟାପ୍ତ ହୋଇଛନ୍ତି ଏବଂ ସ୍ବୟଂ ଏହି ସଂସାରରୂପରେ ପ୍ରକଟ ହୋଇଛନ୍ତି ତଥା ଯେ ଏହି ସଂସାରଠାରୁ ଓ ଏହାର କାରଣ ପ୍ରକୃତିଠାରୁ ସର୍ବଥା ଅତୀତ, ମୁଁ ସେହି ସ୍ବୟଂପ୍ରକାଶ, ସ୍ବୟଂସିଦ୍ଧ,ସତ୍ତାତ୍ମକ ଭଗବାନଙ୍କର ଶରଣ ଗ୍ରହଣ କରୁଛି ।

ଯାହାଙ୍କ ମାୟାବଳରେ ଏ ସଂସାର ତାଙ୍କରି ଠାରେ ଅଧ୍ୟସ୍ତ,ଯାହାଙ୍କ ଯୋଗୁଁ ଏହି ସଂସାର କେତେବେଳେ ଦୃଶ୍ୟମାନ ହୁଏ ତ,କେତେବେଳେ ବିଲୟ ହୋଇଯାଏ, ଅଥଚ ଯେ ନିଜର ଅପ୍ରତିହତ ଦୃଷ୍ଟିରେ ଏହି ଉଭୟ ଅବସ୍ଥାକୁ ସାକ୍ଷୀରୂପେ ଦେଖୁଥାନ୍ତି,ଯେ ସବୁରି ମୂଳ ଓ ନିଜର ମଧ୍ୟ ମୂଳ, ସେହି ପରାତ୍ପର ପ୍ରଭୁ ମୋତେ ରକ୍ଷା କରନ୍ତୁ ।

।। ୮/୩/୧-୪।।

 

☘️🌸🌼 ଭାଗବତ ବାଣୀ🌼🌸☘️ଆତ୍ମାକୁ ଖୋଜିବାକୁ ପଡ଼ିବ!

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.