
ଲୋମଷ ମୁନୀ ଓ ଭୁଷଣ୍ଡ ଙ୍କ ପବିତ୍ର କଥା
ଲାଗେ କରନ ବ୍ରହ୍ମା ଉପଦେସା ।
ଅଜ ଅଦ୍ଵୈତ ଅଗୁନ ହୃଦୟେସା ।।
ଅକଲ ଅନୀହ ଅନାମ ଅରୂପା ।
ଅନୁଭବ ଗମ୍ଯ ଅଖଣ୍ଡ ଅନୂପା ।।
ହେ ଦ୍ବିଜ ରଘୁନାଥ ତ ନିଜେ ସ୍ବୟଂ ସଚିଦାନନ୍ଦ ବ୍ରହ୍ମ ଅଟନ୍ତି।ସେ ସ୍ବୟଂ ଅଦ୍ଵୈତ, ନିର୍ଗୁଣ ତଥା ହୃଦୟର ସ୍ବାମୀ (ଅନ୍ତର୍ଯ୍ୟାମୀ)(ଆତ୍ମା) ଅଟନ୍ତି।ସେ ମନ, ବୁଦ୍ଧି ର ଅଗୋଚର ଅଟନ୍ତି। ଯେହେତୁ ସେ ଇଛାରହିତ,ନାମ ରହିତ,ରୂପ ରହିତ ଅଟନ୍ତି ତେଣୁ ତାଙ୍କୁ ଭାଷାରେ ବ୍ୟକ୍ତ କରିହେବ ନାହିଁ କେବଳ ହୃଦୟ ରେ ଅନୁଭବ କରାଯାଇଥାଏ।ସେ ତ ଅଖଣ୍ଡ ଓ ଉପମା ରହିତ ଅନୁପମ ଅଟନ୍ତି ସେ ହିଁ ତାଙ୍କ ଏକମାତ୍ର ଉପମା ।ହେ ଦ୍ବିଜ ତୁମେ ମୋ ପରି ଅନୁଭବ କରିପାରିବ ଯେ ସେ ମନ ଓ ଇନ୍ଦ୍ରିୟ ର ଉର୍ଦ୍ଧ୍ବ ରେ, ଅତ୍ୟନ୍ତ ନିର୍ମଳ, ଅବିନାଶୀ, ନିର୍ବିକାର, ଅନନ୍ତ ଓ ପରମାନନ୍ଦ ବା ଆନନ୍ଦ ଦାୟକ ସୁଖର ସାଗର ଅଟନ୍ତି।ବେଦ ତାଙ୍କୁ ତତ୍ବମସି କୁହନ୍ତି।ଅର୍ଥାତ ଜୀବ ବା ତୁମ ଓ ତାଙ୍କ ମଧ୍ୟରେ ପାର୍ଥକ୍ୟ ଏହିପରି ଯେପରି ଜଳ ଓ ଲହରୀ ମଧ୍ୟ ରେ ଯେଉଁ ଭାବେ ସମ୍ପର୍କ।
ହେ ଗରୁଡ ଜୀ ବ୍ରହ୍ମ ଙ୍କ ନିର୍ଗୁଣ ତଥା ବେଦୋକ୍ତ ଜ୍ଞାନ ମାର୍ଗର ଅନେକ ତାତ୍ବିକ ଉପଦେଶ ଓ ଉଦାହରଣ ଦେଇ ବୁଝାଇଲେ ବି “ମତ” ମୋ ମନ ବା ହୃଦୟରେ ଗ୍ରହଣ ହେଲାନାହିଁ। ମୁଁ ମଥା ପାତି ପୁନଃ ସଗୁଣ ଉପାସନା ପାଇଁ ଉପଦେଶ ବା ମାର୍ଗ କୁ ଜଣାଇବା ପାଇଁ ବିନତୀ କଲି।
ରାମ ଭଗତି ଜଲ ମମ ମନ ମୀନା ।
କିମି ବିଲଗାଇ ମୁନୀସ ପ୍ରବିନା ।।
ସୋଇ ଉପଦେଶ କହହୁ କରି ଦାୟା ।
ନିଜ ନୟନହ୍ନି ଦେଖୌଁ ରଘୁରାୟା ।।
ହେ ମହାନ ବିଜ୍ଞାନୀ ମୋର ମନ ରାମ ଭକ୍ତି ରୂପକ ଜଳ ରେ ମାଛ ପରି ଖେଳୁଛି ବା ରମଣ କରୁଅଛି।ହେ ଚତୁର ମୁନୀ ସଦୟ ପୂର୍ବକ ମୋତେ ସେହି ଉପଦେଶ ଦିଅନ୍ତୁ ମୁଁ ଏହି ଆଖିରେ ରଘୁନାଥ ଙ୍କୁ ଦର୍ଶନ କରିପାରିବି।ଥରେ ନେତ୍ରଭରି ରଘୁନାଥ ଙ୍କୁ ଦର୍ଶନ କରିବା ପରେ ଆପଣଙ୍କ ଜ୍ଞାନ ମାର୍ଗକୁ ଗ୍ରହଣ କରିବି।
ପୁନଃ ଲୋମଷ ମୁନୀ ବିଭିନ୍ନ ହରିକଥା କହି ନିର୍ଗୁଣ ହିଁ ଶ୍ରେଷ୍ଠ ତଥା ସହଜ ବୋଲି ବୁଝାଇଲେ। ମୁଁ ବି ମୁନିଙ୍କ ନିର୍ଗୁଣ ମତ କୁ ଖଣ୍ଡନ କରି ସଗୁଣ ନିରୁପଣ ଉପରେ ପ୍ରାଧାନ୍ୟ ଦେଲି। ଉଭୟ ଙ୍କ ଉତ୍ତର ଓ ପ୍ରତି ଉତ୍ତର ମଧ୍ୟରେ ଚନ୍ଦନ କାଠ କୁ ଘର୍ଷଣ ଜନିତ ଅଗ୍ନି ର ଉତ୍ପନ୍ନ (ଶୀତଳ ତା ପ୍ରଦାନ କାରୀ) ହେବାପରି, ମୋର ବାରମ୍ବାର ତାଙ୍କ ମତ(ବ୍ରହ୍ମଜ୍ଞାନମୂଳକ)କୁ ଖଣ୍ଡନ କାରଣରୁ ଲୋମଷ ଜୀ କ୍ରୋଧାନ୍ୱିତ ହେବା ଦେଖି ବିଚାର କଲି, ଯେଉଁ ବ୍ରହ୍ମବିଦ୍ଯା କୁ ଏକ ବା ଅଖଣ୍ଡ କହୁଥିଲେ ବି ଦ୍ବେତ ବୁଦ୍ଧି କାରଣରୁ କ୍ରୋଧ ର ଉତ୍ପନ୍ନ ହେଉଛି। ତେବେ ମାୟାବସ ଜୀବ ପୂର୍ଣ୍ଣତଃ ଇଶ୍ଵର ଙ୍କ ସମାନ ନ ହୋଇ ତାଙ୍କ ସେବକ ହେବା ହିଁ ଉଚିତ ହେବ।
କ୍ରୋଧ କେ ଦ୍ବୈତବୁଦ୍ଧି ବିନୁ ଦ୍ବୈତ କି ବିନୁ ଅଜ୍ଞାନ।
ମାୟାବସ ପରିଛିନ୍ନ ଜଡ ଜୀବ କି ଈଶ ସମାନ।।
ସମସ୍ତ ଙ୍କ ହିତ ଚିନ୍ତା କଲେ ଦୁଃଖ କିପରି ତା ମନକୁ ଆସିବ? ଯାହାର ପାଖରେ ସ୍ପର୍ଶ ମଣି ଅଛି ସେ କିପରି ଦରିଦ୍ର ହୋଇ ଚଳିବ?ଯେ ପରଦ୍ରୋହ କରେ ସେ ବିନା ଭୟ ରେ କିପରି ଚଳିବ?କାମି ବ୍ୟକ୍ତିତ୍ଵ ନିଷ୍କଳଙ୍କ କିପରି ରହିବ?ଦ୍ବିଜ ର କ୍ଷତି କରି ବଂଶ କିପରି ଭଲରେ ରହିବ? ଆତ୍ମବୋଧ ପରେ ଆସକ୍ତି ଜନିତ କର୍ମ ହୁଏ କି?ପର ସ୍ତ୍ରୀ ଗମନ କରି କେହି ସୁଖି ହୁଏ କି?ଖଳ ବ୍ୟକ୍ତି ଙ୍କ ସହ ବସି କାହାର ସୁମତି ବା ଉତ୍ତମ ବୁଦ୍ଧି ହୁଏ କି?
ଉପରୋକ୍ତ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଭୁଷଣ୍ଡ ଙ୍କ ମାନସ ମଧ୍ୟରେ ସେ ବିଚାର କରୁଛନ୍ତି କ୍ରୋଧାନ୍ୱିତ କିପରି ମହାମୁନି ହେଉଛନ୍ତି??
କ୍ରମଶଃ !