
➡️”କାମ କ୍ରୋଧରୁ ମୁକ୍ତହୋଇଥିବା, ନିଜର ଚେତନାକୁ ବଶରେ ରଖିଥିବା ଓ ଯେଉଁ ଆତ୍ମସଂଯମକାରି ଆତ୍ମଦର୍ଶୀ ସାଙ୍ଖ୍ୟଯୋଗୀଙ୍କପାଇଁ ଚଚୁର୍ଦିଗରେ ବ୍ହ୍ମନିର୍ବାଣ ପରିପୁର୍ଣ୍ଣଥାଏ ।”
➡️”ଯେଉଁ ଋଷିଗଣ ସମସ୍ତ ସଂଶୟରୁ ମୁକ୍ତ, ଯେଉଁମାନଙ୍କର ଇନ୍ଦ୍ରିୟମାନଙ୍କ ସହିତ ଶରୀର ମନ ବୁଦ୍ଧି ବଶିଭୂତ , ଯେଉଁମାନେ ସମସ୍ତଙ୍କ ହିତରେ ରତ ଓ ତାଙ୍ର ସବୁପ୍ରକାର କଳ୍ମଷ ନାଶ ହୋଇଛି ସେହି ଋଷିମାନେ ବା ବିବେକି ପୁରୁଷ ବ୍ରହ୍ମନିର୍ବାଣ ପ୍ରାପ୍ତ ହଅନ୍ତି ।”
➡️”ଯେଉଁ ମନୁଷ୍ୟ ପରମାତ୍ମାରେ ସୁଖ ପାଏ, କେବଳ ପରମାତ୍ମାରେ ରମଣକରେ ଏବଂ ଯିଏ ଅନ୍ତର୍ଜ୍ୟୋତି ସଦୃଶ ବା ପରମାତ୍ମାଜ୍ଞାନଯୁକ୍ତ ଭ୍ରହ୍ମରେ ନିଜ ସ୍ଥିତି ଅନୁଭବ କରୁଥିବା ସେହି ସାଙ୍ଖ୍ୟଯୋଗୀ ବ୍ରହ୍ମନିର୍ବାଣ ବା ପୁର୍ଣ୍ଣମୋକ୍ଷ ବା ଜୀବନ୍ମୁକ୍ତ ଲାଭ କରନ୍ତି ।”
➡️”ମନୁଷ୍ୟ ଶରୀରରେ ଶରୀର ଅବସାନ ପୂର୍ବରୁ ଇହଲୋକେ କାମ କ୍ରୋଧରୁ ଉଭ୍ଭବ ଆବେଗକୁ ଯେଉଁମାନେ ସହ୍ୟ କରିପାରନ୍ତି ସେହିମାନେ ଯୁକ୍ତାତ୍ମା ଯୋଗୀ ଏବଂ ସେହିମାନେ ସୁଖି ।”
➡️”ଇନ୍ଦ୍ରିୟ ସଂସ୍ପର୍ଶରୁ ଯେତେ ସୁଖଭୋଗ ଜାତ ହୋଇଥାଏ ତାହାସବୁ ଦୁଃଖ ଦେଇଥାଏ କାରଣ ଏହି ସୁଖଭୋଗର ଆରମ୍ଭ ଓ ଶେଷ ଅଛି । ତେଣୁ ହେ ଅର୍ଜୁନ ପଣ୍ଡୀତ ତଥା ଜ୍ଞାନୀମାନେ ଏଥିରେ ଲିପ୍ତ ହୁଅନ୍ତି ନାହିଁ ବା କାମନା ରଖନ୍ତି ନାହିଁ ।”
🌹ଶୁଭ ସକାଳ🌹
🌹🌸🙏ଜୟ ଶ୍ରୀକୃଷ୍ଣ🙏🌸🌹