🙏ଆଜିର ଭାଗବତ ବାଣୀ🙏ପୂର୍ବଜନ୍ମର କର୍ମବାସନା

Bhagavat Bani Mrityu
Reading Time: < 1 minute

ପୂର୍ବଜନ୍ମର କର୍ମବାସନା ଅନୁସାରେ ହିଁ ସକଳ ପ୍ରାଣୀଙ୍କର ମୃତ୍ୟୁ ହୁଏ ଏବଂ ସେହି ଅନୁସାରେ ସେମାନଙ୍କର ଜନ୍ମ ମଧ୍ୟ ହୁଏ ;କିନ୍ତୁ ଆତ୍ମା ହେଉଛି ଶରୀରଠାରୂ ସମ୍ପୂର୍ଣ୍ଣ ଭିନ୍ନ ।

ତେଣୁ ସେ ଶରୀରରେ ରହୁଥିଲେ ମଧ୍ୟ, ଶରୀରର ଜନ୍ମମୃତ୍ୟୁ ଆଦି ଧର୍ମ ସହିତ ତାର ସମ୍ପର୍କ ନ ଥାଏ । ମନୁଷ୍ୟ ଯେପରି ତାର ନିଜର ଘରଟାକୁ ତା’ଠାରୁ ଭିନ୍ନ ବୋଲି, ଇଟାମାଟିରେ ଗଢ଼ା ବୋଲି ବୁଝିଥାଏ,ଏହି ଶରୀରଟା ସେହିପରି ଜୀବଠାରୁ ଭିନ୍ନ ଓ ମାଟିରେ ହିଁ ଗଢ଼ା ।

ଅଥଚ ମୋହରେ ପଡ଼ି ମନୁଷ୍ୟ ଏହାକୁ ନିଜର ବୋଲି ଭାବିଥାଏ । ଜଳତତ୍ତ୍ବରେ ବା ପୃଥ୍ବୀତତ୍ତ୍ବରେ କିମ୍ବା ଅଗ୍ନିତତ୍ତ୍ବରେ ଗଢ଼ା ବସ୍ତୁ ଯେପରି କାଳକ୍ରମେ ରୂପାନ୍ତରିତ ହୋଇ ନଷ୍ଟ ହୋଇଯାଏ, ଏହି ତତ୍ତ୍ବମାନଙ୍କର ମିଶ୍ରଣରେ ଗଢ଼ା ଏହି ଶରୀର ମଧ୍ୟ ସେହିପରି କାଳକ୍ରମେ ନଷ୍ଟ ହୋଇଯାଏ । କାଠରେ ବ୍ୟାପି ରହିଥିବା ଅଗ୍ନି ଯେପରି କାଠଠାରୁ ସ୍ପଷ୍ଟତଃ ଭିନ୍ନ, ଶରୀରରେ ସର୍ବତ୍ର ବ୍ୟାପି ରହିଥିବା ବାୟୁ ଯେପରି ଶରୀରଠାରୂ ଭିନ୍ନ ଓ ଆକାଶ ଯେପରି ସର୍ବତ୍ର ବ୍ୟାପି ରହିଥିଲେ ମଧ୍ୟ କୌଣସି ବସ୍ତୁରେ ଲିପ୍ତ ହୁଏ ନାହିଁ, ସମସ୍ତ ଦେହେନ୍ଦ୍ରିୟର ଆଶ୍ରୟ ଆତ୍ମା ମଧ୍ୟ ଠିକ୍ ସେହିପରି ଦେହେନ୍ଦ୍ରିୟ ଠାରୁ ଭିନ୍ନ ଓ ନିର୍ଲିପ୍ତ ।

।। ୭/୨/୪୧-୪୩।।

☘️🌸🙏ଶ୍ରୀ ଜଗନ୍ନାଥ ଶରଣଂ🙏🌸☘️

 

☘️🌸🌼 ଭାଗବତ ବାଣୀ🌼🌸☘️ଧର୍ମର ମର୍ଯ୍ୟାଦା ପ୍ରଣୟନ…

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.