
ପୁରାଣର ମାନ୍ୟତାର ଅନୁସାରେ ପୂଲସ୍ତ୍ୟ ରୁଷି ଗୋବର୍ଧନ ପର୍ବତ ଙ୍କୁ ଦ୍ରୋଣାଚଳ ପର୍ବତରୁ ବଜ୍ରର ଆଘାତରେ ଆଣିଥିଲେ
କେହି କେହି ମତ ଦିଅନ୍ତି ତ୍ରେତୟା ଯୁଗରେ ରାମ ସେତୁ ନିର୍ମାଣ ଚାଲିଥିଲା ବେଳେ ମହାବୀର ହନୁମାନ ଏହି ଗୋବର୍ଧନ ପର୍ବତ କୁ ଉତରା ଖଣ୍ଡରୁ ଆଣିଥିଲେ l
କିନ୍ତୁ ସେତେବେଳେ ଦୈବୀବାଣୀ ହେଲା ଯେ ସେତୁ ବନ୍ଧର କାର୍ଯ୍ୟ ନିର୍ମାଣ ସରିଗଲାଣି ତାପରେ ହନୁମାନ ଏହି ପର୍ବତକୁ ଏଠାରେ ସ୍ଥାପନ କରି ଦକ୍ଷିଣ ଦିଗକୁ ଚାଲିଗଲେ l
ପାଞ୍ଚ ହଜାର ବର୍ଷ ପୂର୍ବରୁ ଗୋବର୍ଧନ ପର୍ବତ ୩0,000 ମିଟର ଉଚ୍ଚ ଥିଲା l କିନ୍ତୁ ବର୍ତ୍ତମାନ ଏହା କେବଳ ୩0 ମିଟର ହିଁ ରହି ଯାଇଛି l
ପୁରାଣରେ ବର୍ଣିତ ଅଛି ପୁଲସ୍ତ ରୁଷି ଗୋବର୍ଧନ ଙ୍କୁ ଅଭିଶାପ ଦେଇ ଥିଲେ ଯେ “ହେ ଗୋବର୍ଧନ ତୁମେ ଦିନେ କ୍ଷୟ ହୋଇଯିବ “l ତାଙ୍କର ଅଭିଶାପରୁ ପ୍ରତ୍ୟକଦିନ ଗୋଟିଏ ମୁଠା ମାଟି କମି ଯାଏ l
ବୈଷ୍ଣବମାନେ ମାନନ୍ତି ଯେ ଗୋବର୍ଧନ ଙ୍କ ଉପରେ ଶ୍ରୀକୃଷ୍ଣ ରାତିରେ ଶୟନ କରନ୍ତି l ତେଣୁ ସେମାନେ ଗୋବର୍ଧନ ଙ୍କୁ ପୂଜା କରନ୍ତି l ପ୍ରତି ବର୍ଷ ଗୁରୁ ପୁର୍ଣିମା ଦିନ ଏହି ପର୍ବତକୁ ପରିକ୍ରମା କଲେ ଭଗବାନ ଙ୍କ ଆଶୀର୍ବାଦ ମିଳିଥାଏ l
କୁହାଯାଏ ଯେ ଗୋବର୍ଧନ ପର୍ବତରେ ଏକ ଗୁମ୍ଫା ଅଛି ଯାହା ରାଜସ୍ଥାନ ରେ ଥିବା ଶ୍ରୀନାଥ ଦ୍ୱାରରେ ଯାଇ ବାହାରିଛି l
ପ୍ରଥମେ ସମସ୍ତେ ଭାବୁଥିଲେ ଏହି ପର୍ବତରୁ ମାଟି ଅବୈଧ ଭାବରେ ଚୋରି ହଉଚି କିନ୍ତୁ ପରେ ଦେଖାଗଲା ଯେ ସ୍ଥାନୀୟ ପ୍ରଶାସନ ଏହି ପର୍ବତ ଟିର ଚତୃପାର୍ଶ୍ଵ କୁ ୨୧ କି .ମି ତାର ଜାଲିରେ ଆବଦ୍ଧ କରିଛି l
ତଥାପି କିପରି ଏଠାରୁ ମାଟି କ୍ଷୟ ହେଉଛି ତାହା କେହି ଜାଣି ପାରୁନାହାନ୍ତି l ଗୋବର୍ଧନ ପର୍ବତର ଚାରି କଡରେ ବିଭିନ୍ନ ସହର ଓ ଗ୍ରାମ ଅଛି l ଦୂରରୁ ଦେଖିଲେ ଏମିତି ଲାଗିବ ଯେପରି ପୁରା ସହରଟା ଗୋବର୍ଧନ ପର୍ବତ ଉପରେ ଅବସ୍ତିତ l