
ଯୁଦ୍ଧଭୂମି ରେ ବୀରଗତିକୁ ପ୍ରାପ୍ତ ହେବା ବୀରର ଲକ୍ଷଣ। ଧର୍ମର ଅବକ୍ଷୟ ସମୟରେ ବିଭିନ୍ନ ଆଳ ଦେଖାଇ ଚୁପଚାପ ରହିବା, ପଳାୟନ କରିବା, ସ୍ବାର୍ଥ ରକ୍ଷା ନିମିତ୍ତ ଦୁଷ୍ଟ ,ଦୂରାଚାରୀ ମାନଙ୍କର ଶରଣରେ ଯିବା ଭୀରୁ, କାପୁରୁଷ ମାନଙ୍କର ଲକ୍ଷଣ ତଥା ସେମାନଙ୍କର ଇହଲୋକ ପରଲୋକ ରେ କୌଣସି ସ୍ଥାନରେ ସମ୍ମାନ ନଥାଏ।
ଯୁଦ୍ଧଭୂମି ରେ ଶ୍ରୀଖଣ୍ଡି ର ମଧ୍ୟ ଉପଯୋଗୀତା ଅଛି, ତେଣୁ କାହାକୁ ମଧ୍ୟ ନ୍ୟୁନ ଭାବିବା ବୁଦ୍ଧିମାନର କାମ ନୁହେଁ।
ସନ୍ତାନକୁ ଅଭିମନ୍ୟୁ ପରି ଗଢ଼ି ତୋଳିବା ଉଚିତ୍। ନିଜର ଧର୍ମ, ପୌରୁଷତ୍ବ, ବୀରତା ର ପରିଚୟ ଦେବା ପାଇଁ କୁରୁକ୍ଷେତ୍ର ରେ ନିଜ ଜୀବନ ବାଜି ଲଗାଇବା ଅଭିମନ୍ୟୁ ଠାରୁ ଶିକ୍ଷଣୀୟ।
ସଂସାର ଯୁଦ୍ଧରେ କେତେବେଳେ କାହା ସହିତ ଯୁଦ୍ଧ କରିବାକୁ ହେବ ଏହା କେହି ଠହି ପାରିବେ ନାହଁ। ତେଣୁ ଧର୍ମ ରକ୍ଷା ନିମିତ୍ତ ମିତ୍ର, ବନ୍ଧୁ, ବାନ୍ଧବ, ପରିବାର ଜନ କେହି ନିଜର ନୁହନ୍ତି।
ଯୁଦ୍ଧାୟ କୃତ ନିଶ୍ଚୟ…
ସଂସାର ରୁପକ ମହାଭାରତରେ ପ୍ରତିକ୍ଷଣ ରଥି, ମହାରଥୀ ମାନଙ୍କର ହାର ଜିତ ଚାଲିଛି। କିନ୍ତୁ ଫଳ ଏଇଆ ଯେ ଯିଏ ଧର୍ମ ସ୍ବରୁପ ଶ୍ରୀକୃଷ୍ଣଙ୍କ ସତସଙ୍ଗ ରେ ଅଛନ୍ତି ତାଙ୍କର ବିଜୟ ସୁନିଶ୍ଚିତ।
ଯେତେବେଳେ ସଂସାରରୁ କୌଣସି ପ୍ରଶ୍ନ ର ଉତ୍ତର ମିଳେନାହିଁ, ସେତେବେଳେ ଶାସ୍ତ୍ରର ସାହାଯ୍ୟ ନେବା ଆବଶ୍ୟକ। କଳିଯୁଗରେ ଭଗବାନ ସ୍ବୟଂ ଶ୍ରୀମଦ ଭାଗବତରେ ସମାହିତ। ତେଣୁ ଯେକୌଣସି ପରିସ୍ଥିତିରେ ମନ ବୀଚଳିତ ହେଲେ ଶ୍ରୀମଦ ଭାଗବତଙ୍କର ଆଶ୍ରୟ ଶ୍ରୟସ୍କର।
ଆର୍ଯ୍ୟାବର୍ତ୍ତର ସମସ୍ତ ବୀର ପୁରୁଷ ନିଜ ପିତା ମାତାଙ୍କ ମର୍ଯ୍ୟାଦା ରେ ସମ୍ମାନୀତ। ଯେମିତି ଦେବକୀନନ୍ଦନ, କୁନ୍ତିପୁତ୍ର, ସୂର୍ଯ୍ୟ ପୁତ୍ର , ଗଙ୍ଗାପୁତ୍ର, ଭାରତ ଇତ୍ୟାଦି ଇତ୍ୟାଦି। ଆଜି ସେହି ପୁର୍ବ ପୁରୁଷଙ୍କର ସୃତିଭ୍ରଷ୍ଟ ହେବାରୁ ଆମର ଏହି ଦୀନହିନ ଅଵସ୍ଥା।
ଜୀବନ ଯୁଦ୍ଧରେ ହାର ଜିତ ସଦାସର୍ବଦା ଲାଗିରହିଥିବ, କିନ୍ତୁ ଯିଏ ପଡ଼ି ଯାଇ ପୁନର୍ବାର ପୂର୍ଣ୍ଣ ମନୋବଳ ସହିତ ଉଠି ଛିଡା ତାକୁ କେହି ହରାଇ ପାରିବେ ନାହିଁ ଏବଂ ଯିଏ ପଡିଗଲେ ଉଠିବା ପାଇଁ ଚେଷ୍ଟିତ ନୁହେଁ ତାକୁ କାହାର ବିଜୟୀ କରାଇବାର ସାମର୍ଥ୍ୟ ନାହିଁ।
ଆହ୍ବାନକୁ ଏକ ଯୁଦ୍ଧ ବୋଲି ଭାବି ସମ୍ପୂର୍ଣ୍ଣ ତନ ମନ ସହିତ କାର୍ଯ୍ୟରତ ହେଲେ ବିଜୟ ସୁନିଶ୍ଚିତ, ଅନ୍ୟଥା ପରାଜୟ, ଅପମାନ ସହିତ ଜୀବନ ମଧ୍ୟ ସଂକଟଗ୍ରସ୍ତ ହୋଇପାରେ।
ସୁରାପାନ, ନାରୀର ଅପମାନ, ଅଧର୍ମର ସଙ୍ଗତି ଏସବୁ ସବୁଯାଗାରେ ପରାଜୟର ମୁଖ ଦେଖାଇବା ପାଇଁ ଯଥେଷ୍ଟ।
ଯେମିତି ସମୁଦ୍ରରୁ କିଛି ଜଳ ଆଣି ଅନ୍ୟ ପାତ୍ରରେ ରଖିଲେ ତାହାର ଆକାର, ପ୍ରକାର ପରିବର୍ତ୍ତନ ହୋଇଯାଏ ଠିକ ସେହିପରି ଆତ୍ମା ପରମାତ୍ମା ଠାରୁ ଅଲଗା ହୋଇ ଜୀବାତ୍ମା ରୁପ ଧାରଣ କରେ ଏବଂ ଅଲଗା ରୂପ ରଙ୍ଗ ଧାରଣ କରେ କିନ୍ତୁ ବାସ୍ତବିକତା କୁ ଛାଡ଼ି ପାରିବ ନାହିଁ। ସୂକ୍ଷ୍ମ ଆତ୍ମତତ୍ତ୍ୱ ସ୍ଥୁଳ ଶରୀରରେ ପ୍ରବେଶ କରି ଜୀବାତ୍ମା ର ରୂପ ଧାରଣ କରେ।
ଯେହେତୁ ଭଗବାନ ବିଶ୍ବ ବ୍ରହ୍ମାଣ୍ଡ ରେ ପରିବ୍ୟାପ୍ତ ଏବଂ ସିଏ ଅନାଦି, ଅନନ୍ତ ଏବଂ ସନାତନ ତାଙ୍କୁ ଆଜି ମଧ୍ୟ ଅନୁଭବ କରିହେବ ଏବଂ ସେଥିପାଇଁ ଅର୍ଜୁନ ଙ୍କ ପରି ଜିଜ୍ଞାସୁ ଏବଂ ସମର୍ପିତ ହେବା ଆବଶ୍ୟକ।
ମଣିଷ ଯେତେବେଳେ ଟିକିଏ ଖରା, ଅଳ୍ପ ଶୀତ, କିଛି ଦୁଃଖ ସହନ କରି ପାରୁ ନାହିଁ ଭଗବାନଙ୍କ ଦିବ୍ୟଶକ୍ତିର ର ତେଜ କଣ ଆମେ ସହନ କରି ପାରିବା??? ସେଥିପାଇଁ ଘୋର ତପସ୍ୟା ଦରକାର।
☘️🌸🙏ଜୟ ଶ୍ରୀକ୍ରିଷ୍ଣା🙏🌸☘️