inspirational spiritual quotes

🌸☘️🙏ଆଜିର ଭାଗବତ ବାଣୀ🙏☘️🌸

Bhagvat Vaani by Yamraj
Reading Time: < 1 minute

ଯମରାଜ ଦୂତମାନଙ୍କୁ କହୁଛନ୍ତି :-

ବୁଦ୍ଧିମାନ ଲୋକେ ମନପ୍ରାଣ ଦେଇ ସର୍ବତୋଭାବେ ଭଗବାନ୍ ଅନନ୍ତଙ୍କ ଠାରେ ହିଁ ନିଜର ଭକ୍ତିଭାବ ଯୋଡ଼ିଦିଅନ୍ତି । ତେଣୁ ସେମାନେ ମୋ ଦଣ୍ଡର ପାତ୍ର ହୁଅନ୍ତି ନାହିଁ । ପ୍ରଥମତଃ, ସେମାନେ ପାପ ଆଦୌ କରନ୍ତି ନାହିଁ; ଯଦି ସଂଯୋଗବଶତଃ କିଛି ପାପ ହୋଇଯାଏ, ତେବେ ଭଗବାନଙ୍କର ଗୁଣଗାନ ତାହାକୁ ତତ୍କାଳ ନଷ୍ଟ କରିଦିଏ । ଯେଉଁ ସମଦର୍ଶୀ ସାଧୁ ଭଗବାନଙ୍କୁ ହିଁ ନିଜର ସାଧ୍ୟ ଓ ସାଧନ ଉଭୟ ବୋଲି ଜାଣି ତାଙ୍କରି ଉପରେ ହିଁ ନିର୍ଭର କରନ୍ତି, ବଡ଼ ବଡ଼ ଦେବତା ଓ ସିଦ୍ଧମାନେ ତାଙ୍କର ଗୁଣଗାନ କରନ୍ତି ।

ଭଗବାନଙ୍କର ଗଦା ସେମାନଙ୍କୁ ରକ୍ଷା କରୁଥାଏ । ତୁମେମାନେ ଭୁଲରେ ବି ସେମାନଙ୍କ ପାଖକୁ ଯିବ ନାହିଁ । ସେମାନଙ୍କୁ ଦଣ୍ଡ ଦେବାର ସାମର୍ଥ୍ୟ ମୋର ନାହିଁ,କି ସାକ୍ଷାତ୍ କାଳର ମଧ୍ୟ ନାହିଁ । ଯେଉଁମାନଙ୍କର ଜିଭ ଭଗବାନଙ୍କର ଗୁଣ ଓ ନାମ ଉଚ୍ଚାରଣ କରେ ନାହିଁ, ଯେଉଁମାନଙ୍କର ଚିତ୍ତ ପ୍ରଭୁଙ୍କର ଚରଣାରବିନ୍ଦକୁ ଚିନ୍ତନ କରେ ନାହିଁ ଏବଂ ଯେଉଁମାନଙ୍କର ଶିର ଭଗବାନ୍ ଶ୍ରୀକୃଷ୍ଣଙ୍କ ଚରଣଯୁଗଳରେ ଥରେ ବି ଅବନତ ହୁଏ ନାହିଁ, ସେଭଳି ଭଗବତ୍ ସେବାବିମୁଖୀ ପାପୀମାନଙ୍କୁ ହିଁ ମୋ ପାଖକୁ ଆଣ ।

।। ୬/୩/୨୬-୩୦।।

🌸☘️🙏ଶ୍ରୀ ଜଗନ୍ନାଥ ଶରଣଂ🙏☘️🌸

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x