💐💐ନବଧା ଭକ୍ତି💐💐

Bhagvat Gita 2
Reading Time: < 1 minute

ଶ୍ରବଣ,କିର୍ତନ,ସ୍ମରଣ,ନିତ ପଦସେବନ ଭଗବାନ ।
ପୂଜନ,ବନ୍ଦନ,ଦାସ୍ଯ ରତି ସଖ୍ଯ,ସମର୍ପଣ ଜାନ ।।

୧-ଶ୍ରବଣ💐

ଭଗବାନଙ୍କ ଚରିତ୍ର,ଲିଳା, ମହିମା ,ଗୁଣ,ନାମ ତଥା ତାଙ୍କ ପ୍ରେମ ଏବଂ ପ୍ରଭାବର କଥାମାନ ଶ୍ରଦ୍ଧାପୁର୍ବକ ସର୍ବଦା ଶୁଣିବା ଏବଂ ସେହି ଅନୁସାରେ ଆଚରଣ କରିବାକୁ ଚେଷ୍ଟା କରିବା ହିଁ ଶ୍ରବଣ ଭକ୍ତି।ଶ୍ରୀମଦ୍ ଭାଗବତର ଶ୍ରବଣ ଦ୍ବାରା ଧୁନ୍ଧୁକାରୀ ପରିପାପି ମୁକ୍ତ ହୋଇ ଯାଇଥିଲେ।ରାଜା ପରକ୍ଷିତ ଆଦି ଏହି ଶ୍ରେଣୀର ଭକ୍ତ ରୁପେ ଗଣ୍ଯ ।

୨-କୀର୍ତନ💐

ଭଗବାନଙ୍କ ଲୀଳା ,କୀର୍ତ୍ତି,ଶକ୍ତି, ମହିମା,ଚରିତ୍ର, ଗୁଣ,ନାମ ଆଦିର ପ୍ରେମପୂର୍ବକ କୀର୍ତନ କରିବା ହିଁ କୀର୍ତ୍ତନ ଭକ୍ତି ।ନାରଦ,ବ୍ଯାସ,ବାଲ୍ମୀକି,ଶୁକଦେବ, ଚୈତନ୍ଯଦେବ ଆଦି ଏହି ଶ୍ରେଣୀର ଭକ୍ତରୂପେ ଗଣା ଯାଆନ୍ତି।

୩-ସ୍ମରଣ💐

ସଦା ଅନନ୍ଯଭାବରେ ଭଗବାନଙ୍କ ଗୁଣ ପ୍ରଭାବ ସହିତ ତାଙ୍କ ସ୍ବରୂପ ଚିନ୍ତନ କରିବା ଏବଂ ବାରମ୍ବାର ସେଥିରେ ମୁଗ୍ଧ ହେବା ସ୍ମରଣ ଭକ୍ତି ଅଟେ l ପ୍ରହ୍ଲାଦ,ଧ୍ରୁବ,ଭରତ,ଭୀଷ୍ମ ଓ ଗୋପୀମାନେ ଏହି ଶ୍ରେଣୀର ଭକ୍ତ ।

୪- ପାଦସେବନ💐

ଭଗବାନ ଯେଉଁ ରୂପର ରୂପର ଉପାସନା ହେଉଥିବ,ତାହାରି ଚରଣସେବନ ଅଥବା ଭୂତମାତ୍ରେ ପରମାତ୍ମା ବୋଲି ବୁଝି ସମସ୍ତଙ୍କର ଚରଣସେବନ ହେଉଛି ପାଦସେବନ ଭକ୍ତି ।ଲକ୍ଷ୍ମୀ,ରୁକ୍ମିଣୀ ଓ ଭରତ ଆଦି ଏହି ଶ୍ରେଣୀର ଭକ୍ତ l

୫-ପୂଜନ💐

ନିଜର ରୂଚି ଅନୁସାରେ ଭଗବାନଙ୍କ ମୂର୍ତ୍ତିକୁ ବା ମାନସିକ ସ୍ବରପକୁ ନିତ୍ୟ ଭକ୍ତିପୂର୍ବକ ପୂଜା କରିବା। ସବୁ ପ୍ରାଣିକି ପରମାତ୍ମାଙ୍କ ସ୍ବରୂପ ବୋଲି ଭାବି ତାଙ୍କ ସେବାକରିବା ।ରାଜା ପୃଥୁ,ଅମ୍ବରୀଷ ଆଦି ଏହି ଶ୍ରେଣୀଭୁକ୍ତ !

୬-ବନ୍ଦନ💐

ଭଗବାନ ମୂର୍ତ୍ତିକୁ ବା ସାରା ବିଶ୍ବକୁ ଭଗବାନଙ୍କ ମୂର୍ତ୍ତି ବୋଲି ବୁଝି ପ୍ରାଣୀମାତ୍ରେ ନିତ୍ଯ ପ୍ରଣାମ କରିବା ବନ୍ଦନ ଭକ୍ତିର ଅନ୍ତର୍ଗତ ଅକ୍ରୁର ଏହି ଭକ୍ତିର ଅନ୍ତର୍ଗତ।

୭-ଦାସ୍ଯ💐

ପରମାତ୍ମାଙ୍କୁ ହିଁ ନିଜର ଏକମାତ୍ର ସ୍ବାମୀ ଓ ନିଜକୁ ତାଙ୍କର ନିତ୍ଯ ଦାସ ବୋଲି ବୁଝି କୌଣସି ପ୍ରକାର କାମନା ନ ରଖି,ଶ୍ରଦ୍ଧାଭକ୍ତିର ସହିତ ନିତ୍ଯ ଭଗବାନଙ୍କ ସେବାକରିବା ଏବଂ ସେହି ସେବା ଆଗରେ ମୋକ୍ଷ_ସୁଖକୁ ମଧ୍ଯ ତୁଛ ବୋଲି ବୁଝିବା ଦାସ୍ଯଭକ୍ତି ।ହନୁମାନ ,ଲକ୍ଷ୍ମଣ ଆଦି ଏହି ଶ୍ରେଣୀର ଭକ୍ତ ।

୮- ସଖ୍ଯ💐

ଭଗବାନଙ୍କୁ ହିଁ ନିଜର ପରମ ହିତକାରି ଓ ପରମ ସଖା ମାନି ହୃଦୟ ଖୋଲା କରି ତାଙ୍କୁ ଭଲପାଇବା । ଅର୍ଜୁନ,ଉଦ୍ଧବ,ସୁଦାମା ଏହିଶ୍ରେଣୀ ଭୁକ୍ତ l

୯-ଆତ୍ମନିବେଦନ ବା ସମର୍ପଣ💐

ଅହଂ କାରରହିତ ହୋଇ ନିଜର ସର୍ବସ୍ୱ ଭଗବାନଙ୍କୁ ଅର୍ପଣ କରିଦେବା ।ମହାରାଜ ବଳି ଗୋପୀମାନେ ଏହିଶ୍ରେଣୀର ଭକ୍ତ ।💐

🙏ଜୟ ଜଗନ୍ନାଥ💐 କିଛିତ୍ରୁଟି ଥିଲେ କ୍ଷମାକରିବେ👏👏

 

☘️🌸🙏 ଭାଗବତ ବାଣୀ🙏🌸☘️ଗଜେନ୍ଦ୍ର ସ୍ତୁତି…

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.