bhagavad gita quotes

🙏 🚩📖 ଗୀତା ପାଠ📖 🚩🙏ସିଦ୍ଧିଲାଭ…

Spiritual Quotes
Reading Time: 2 minutes

🌞ମନୁଷ୍ୟାଣାଂ ସହସ୍ରେଷୁ
🚩କଶ୍ଚିଦ୍ୟତତି ସିଦ୍ଧୟେ
🔱ୟତତାମପି ସିଦ୍ଧାନାଂ
କଶ୍ଚିନ୍ମାଂ ଵେତ୍ତି ତତ୍ତ୍ଵତଃ।୦୭/୦୩।
👉 👉👉👉👉

ଶବ୍ଦାର୍ଥ:- ସହସ୍ର ମନୁଷ୍ୟଙ୍କ ମଧ୍ୟରେ କେଉଁଠି କେହି ଜଣେ ସିଦ୍ଧିଲାଭ ପାଇଁ ଉଦ୍ୟମ କରୁଥିବେ ଓ ସେହି ଉଦ୍ୟମୀ ମାନଙ୍କ ମଧ୍ୟରେ କେଉଁଠି କିପରି ଜଣେ ତତ୍ତ୍ୱତଃ ମତେ ଜାଣି ପାରୁଥିବେ।।୭/୦୩।।

✍️✍️✍️✍️✍️✍️✍️✍️

ବ୍ୟାଖ୍ୟା : – ବାସ୍ତବରେ ପରମାତ୍ମତତ୍ତ୍ଵ ପ୍ରାପ୍ତି କରିବା ଦୁଃସାଧ୍ୟ ବା ଦୁର୍ଲଭ ନୁହେଁ , ବର ନିଷ୍ଠାର ସହ ପରମାତ୍ମପ୍ରାପ୍ତି ମାର୍ଗରେ ଅଗ୍ରସର ହେବା ଲୋକେ ବିରଳ । ଅଧୁକାଂଶ ଲୋକେ କେବଳ ସାଂସାରିକ ଭୋଗ ଓ ସଂଗ୍ରହରେ ଲିପ୍ତ ରହିଥାନ୍ତି । ସେଥିପାଇଁ କୁହାଯାଇଛି ଯେ ହଜାର ହଜାର ମନୁଷ୍ୟଙ୍କ ମଧ୍ୟରୁ କେହି ଜଣେ ତତ୍ପର ହୋଇ ଭଗବତ୍‌ମାର୍ଗରେ ଅଗ୍ରସର ହୁଏ । କିନ୍ତୁ ତତ୍ପରତା ସଙ୍ଗେ ସଙ୍ଗେ ଭୋଗେଚ୍ଛା , ସୁଖେଚ୍ଛା ଓ ମାନବଡ଼ିମା ପାଇବାର ଇଚ୍ଛା ରହୁଥିବାରୁ ସେମାନଙ୍କ ମଧ୍ୟରୁ ବି କେହି ଜଣେ ପରମାତ୍ମତତ୍ତ୍ଵକୁ ଅନୁଭବ କରିଥାଏ । ସେହି ତତ୍ତ୍ୱଜ୍ଞ ଜୀବନ୍ମୁକ୍ତ ଜ୍ଞାନୀ ମହାପୁରୁଷଙ୍କ ମଧ୍ୟରୁ ବି କେହି ଜଣେ ଭଗବାନଙ୍କୁ ଜାଣିବାକୁ ଇଚ୍ଛୁକ ଓ ଭଗବତ ବିଶ୍ଵାସୀ ‘ ସବୁ କିଛି ଭଗବାନ ବୋଲି ଜାଣିଯାଏ । ଭଗବାନଙ୍କର ଏତାଦୃଶ ସମଗ୍ରରୂପକୁ ଜାଣି ସେ ଭଗବତ ପ୍ରେମ ଲାଭ କରିଥାଏ । ଅଭିପ୍ରାୟ ଏହି ଯେ ଭଗବାନଙ୍କର ସମଗ୍ରରୂପକୁ ଜାଣିବା ପ୍ରେମୀ ଭକ୍ତ ଅତ୍ୟନ୍ତ ଦୁର୍ଲଭ ( ଗୀତା ୭ । ୧୯ ) ।

ଭଗବାନଙ୍କ ସମଗ୍ରରୂପକୁ ଜାଣିବା ହିଁ ଭଗବାନଙ୍କୁ ଯଥାର୍ଥରୂପେ ଜାଣିବା । କେବଳ ଭକ୍ତି ମାଧ୍ୟମରେ ହିଁ ମନୁଷ୍ୟ ଭଗବାନଙ୍କୁ ଯଥାର୍ଥରୂପେ ଜାଣିପାରେ।
( ଗୀତା ୧୮ ୫୫ )

ଯେଉଁ ସାଧକ ମନରେ ଭକ୍ତିର କିଛି ଛାପ ପଡ଼ିଛି ଅଥବା ଯେ ଭକ୍ତିକୁ ହୀନ ଦୃଷ୍ଟିରେ ଦେଖେ ନାହିଁ , ମୁକ୍ତି ଲାଭ କରିବା ପରେ ତା ‘ ଅନ୍ତରରୁ ନାଶବାନୋ ରସର କାମନା ପୂର୍ଣ୍ଣତଃ ନିବୃତ୍ତ ହୋଇଯାଏ ସତ , କିନ୍ତୁ ଅନନ୍ତ ରସର ଅଭିଳାଷ ନିବୃତ୍ତ ହୁଏ ନାହିଁ । ସେତେବେଳେ ଭଗବାନ କରୁଣା କରି ତା ‘ ପାଇଁ ମୁକ୍ତିର ଅଖଣ୍ଡ ରସକୁ ଶୁଷ୍କ ବା ନୀରସ କରିବା ସଙ୍ଗେ ସଙ୍ଗେ ତାକୁ ପ୍ରେମର ଅନନ୍ତ ରସ ପ୍ରଦାନ କରନ୍ତି । ଏହା ସିଦ୍ଧାନ୍ତ ଯେ , କୌଣସି ଦ୍ରବ୍ୟ ପ୍ରତି ଆକର୍ଷଣ ହେଲେ ଯେଉଁ ସୁଖ ମିଳେ , ସେଭଳି ସୁଖ କେବଳ ଦ୍ରବ୍ୟ ସମ୍ବନ୍ଧୀୟ ଜ୍ଞାନରେ ମିଳେ ନାହିଁ । ଉଦାହରଣସ୍ୱରୂପ ଟଙ୍କା ପ୍ରତି ଆକର୍ଷଣ ( ଲୋଭ ) ହେଲେ ଯେପରି ସୁଖ ମିଳେ , ଟଙ୍କାକୁ କେବଳ ଜାଣିଗଲେ ତାହା ମିଳେ ନାହିଁ । କର୍ମଯୋଗ ଦ୍ବାରା ସଂସାରରୁ ସମ୍ପର୍କ ଛିନ୍ନ ହେଲେ ଶାନ୍ତ ଆନନ୍ଦ ( ଶାନ୍ତି ) ଅନୁଭବ ହୁଏ । ଜ୍ଞାନଯୋଗ ଦ୍ବାରା ଆତ୍ମ ରୂପର ବୋଧ ହେଲେ ଅଖଣ୍ଡ ଆନନ୍ଦ ମିଳେ । ଭକ୍ତ ଯୋଗ ଦ୍ବାରା ଭଗବାନଙ୍କ ପ୍ରତି ପ୍ରିୟତ୍ବ ଜାଗ୍ରତ ହେଲେ ଅନନ୍ତ ଆନନ୍ଦ ( ପ୍ରତିକ୍ଷଣ ପ୍ରେମ ) ମିଳେ ।

🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
।। ॐ ଶ୍ରୀ ପରମାତ୍ମନେ ନମଃ।।

🚩ଶ୍ରୀମଦ ଭଗବତ ଗୀତା-୦୫/୨୯।🚩
👉👉👉ଯେ ମୋଠାରେ ପରାଭକ୍ତି କରି ଏ ଗୀତା ଗ୍ରନ୍ଥର ପରମ ଗୁପ୍ତ ଜ୍ଞାନ ମୋ ଭକ୍ତମାନଙ୍କ ମଧ୍ୟରେ କହିବେ ସେ ମତେ ପ୍ରାପ୍ତ ହେବେ ଏଥିରେ କୌଣସି ସନ୍ଦେହ ନାହିଁ । ୧୮/୬୮

 

ଶ୍ରୀମଦ୍ ଭାଗବତ୍ ମହାପୁରାଣ କଥା

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x