🙏 🚩📖 ଗୀତା ପାଠ📖 🚩🙏☀️🎯ଜ୍ଞାନ ବିଜ୍ଞାନ ଯୋଗଃ🎯☀️

Bhagavad-gita in Odia
Reading Time: < 1 minute

🌞ଜ୍ଞାନଂ ତେ‌ହଂ ସଵିଜ୍ଞାନମିଦଂ
🚩ଵକ୍ଷ୍ୟାମ୍ୟଶେଷତଃ
ୟଜ୍ଜ୍ଞାତ୍ଵା ନେହ ଭୂୟୋ‌
ନ୍ୟଜ୍ଜ୍ଞାତଵ୍ୟମଵଶିଷ୍ୟତେ।୦୭/୦୨।
👉 👉👉👉👉
ଶବ୍ଦାର୍ଥ:- ବିଜ୍ଞାନ (ଅପରୋକ୍ଷ ଜ୍ଞାନ) ସହିତ ଜ୍ଞାନ(ପରୋକ୍ଷ ଜ୍ଞାନ) ମୁଁ ତୁମକୁ ବିସ୍ତାର କରି କହିବି । ଯାହା ଜାଣିଗଲେ ଅନ୍ୟକିଛି ଅଧିକ ଜାଣିବାର ଅବଶେଷ ରହିବ ନାହିଁ।।୭/୦୨।।
✍️✍️✍️✍️✍️✍️✍️✍️

ବ୍ୟାଖ୍ୟା : – ପରା ଓ ଅପରା ପ୍ରକୃତିର ସ୍ଵତନ୍ତ୍ର ସତ୍ତା ନାହିଁ ବୋଲି ଅନୁଭବ କରିବାକୁ ବିଜ୍ଞାନ କହନ୍ତି ଏବଂ ପରା ଓ ଅପରା ସବୁ କିଛି ଏକମାତ୍ର ଭଗବାନ ବୋଲି ଅନୁଭବ କରିବାକୁ ‘ ବିଜ୍ଞାନ ’ କହନ୍ତି । ଅହମ୍ ସମେତ ସବୁ କିଛି ଭଗବାନ — ଏତାଦୃଶ ଭଗବାନଙ୍କର ସମଗ୍ରରୂପ ହିଁ ‘ ବିଜ୍ଞାନ ସମ୍ମତ ଜ୍ଞାନ ନାମରେ ଅଭିହିତ । ବିଜ୍ଞାନ ସମ୍ମତ ଜ୍ଞାନକୁ ଜାଣିଯିବା ପରେ ଆଉ କିଛି ଜାଣିବା ବାକି ରହେ ନାହିଁ , କାରଣ ସବୁ କିଛି ଭଗବାନ ବୋଲି ଜାଣିଯିବା ପରେ ଆଉ ଯଦି କିଛି ଜାଣିବା ପାଇଁ ବାକି ରହେ , ତାହା ମଧ୍ୟ ଭଗବାନ ହିଁ ହେବେ !

ପୂର୍ଣ୍ଣ ଜ୍ଞାନ କହିଲେ , ଏହି ଦୃଶ୍ୟ ଜଗତ ସମ୍ବନ୍ଧୀୟ ଜ୍ଞାନ ଏବଂ ତାହାର ଅନ୍ତରାଳରେ ବା ଭଗବାନଙ୍କ ସମ୍ବନ୍ଧୀୟ ଜ୍ଞାନକୁ ବୁଝାଏ । ଏ ଉଭୟ ଜ୍ଞାନର ଉତ୍ପତ୍ତି ହେଉଛି ଦିବ୍ୟଜ୍ଞାନରୁ ।ଯିଏ ଭଗବାନଙ୍କର ଭକ୍ତ ସେ ହିଁ କେବଳ ପୂର୍ଣ୍ଣଜ୍ଞାନ ଲାଭ କରିପାରେ । ସେ ସିଧାସଳଖ ଗୁରୁପରମ୍ପରାରୁ – ଭଗବାନଙ୍କଠାରୁ ଏ ଜ୍ଞାନ ଲାଭ କରିପାରେ । ତେଣୁ ବୁଦ୍ଧିମାନ୍ ବ୍ୟକ୍ତି ସମସ୍ତ ଜ୍ଞାନର ମୂଳକୁ ଜାଣିବାକୁ ଚେଷ୍ଟା କରିବା ଉଚିତ୍ । ଯେ ସମସ୍ତ ଜ୍ଞାନର ମୂଳ , ସେ ହେଉଛନ୍ତି ସମସ୍ତ କାରଣର କାରଣ ଏବଂ ସମସ୍ତ ପ୍ରକାର ଯୋଗର ଏକମାତ୍ର ଧ୍ୟାନବସ୍ତୁ ଯେତେବେଳେ ସମସ୍ତ କାରଣର କାରଣ ବା ପରମ କାରଣ ଜଣାଯା’ନ୍ତି , ସେତେବେଳେ ସବୁ ଜଣା ପଡ଼ିଯାଏ , ଆଉ କିଛି ଜାଣିବାକୁ ବାକି ରହେ ନାହିଁ ।

🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
।। ॐ ଶ୍ରୀ ପରମାତ୍ମନେ ନମଃ।।

🚩ଶ୍ରୀମଦ ଭଗବତ ଗୀତା-୦୫/୨୯।🚩
👉👉👉ଯେ ମୋଠାରେ ପରାଭକ୍ତି କରି ଏ ଗୀତା ଗ୍ରନ୍ଥର ପରମ ଗୁପ୍ତ ଜ୍ଞାନ ମୋ ଭକ୍ତମାନଙ୍କ ମଧ୍ୟରେ କହିବେ ସେ ମତେ ପ୍ରାପ୍ତ ହେବେ ଏଥିରେ କୌଣସି ସନ୍ଦେହ ନାହିଁ । ୧୮/୬୮
🙏🙏🙏🙏🙏🙏🙏🙏🙏

 

🙏 🚩📖 ଗୀତା ପାଠ📖 🚩🙏ଅଭ୍ୟାସ

Recommended For You

About the Author: Utkal Odisha

Utkal Odisha brings the best of analysis, articles, data, information, insights, news, opinions, stories and views in English and in Odia language.
0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments
0
Would love your thoughts, please comment.x
()
x