
ବିଷ୍ଣଦୂତ ଓ ଯମଦୂତଙ୍କ କଥୋପକଥନ ।
ଯମଦୂତମାନେ କହୁଛନ୍ତି – ଜୀବ ତାର ଶରୀର ଅଥବା ମନୋବୃତ୍ତିଦ୍ବାରା ଯେତେସବୁ କର୍ମ କରେ, ସୂର୍ଯ୍ୟ, ଅଗ୍ନି, ଆକାଶ, ବାୟୁ, ଇନ୍ଦ୍ରିୟଗଣ,ଚନ୍ଦ୍ର, ସନ୍ଧ୍ୟା, ରାତ୍ରି, ଦିବସ, ଦିଗବିଦିଗ,ଜଳ,ପୃଥିବୀ, କାଳ ଓ ଧର୍ମ ହେଉଛନ୍ତି ସେହିସବୁ କର୍ମର ସାକ୍ଷୀ। ଜୀବ କି ଅଧର୍ମ କଲା,ତାହା ଏମାନଙ୍କୁ ଜଣା ପଡ଼ିଯାଏ ଏବଂ ତଦନୁଯାୟୀ ଦଣ୍ଡର ପାତ୍ର ନିର୍ଣ୍ଣୟ କରାଯାଏ ।
ପାପକର୍ମ କରୁଥିବା ସବୁ ମନୁଷ୍ୟ ନିଜ ନିଜର କର୍ମ ଅନୁସାରେ ଦଣ୍ଡନୀୟ ହୁଅନ୍ତି । ଯେଉଁମାନେ କର୍ମ କରନ୍ତି, ସେମାନଙ୍କର ଗୁଣ ସହିତ ନିଶ୍ଚୟ ସମ୍ବନ୍ଧ ରହେ । ତେଣୁ ସମସ୍ତଙ୍କ ଦ୍ବାରା କିଛି ନା କିଛି ପାପ ଓ ପୁଣ୍ୟ ହେବା ସ୍ବାଭାବିକ; କାରଣ କୌଣସି ଦେହଧାରୀ ମନୁଷ୍ୟ କର୍ମ ନ କରି ରହି ପାରିବ ନାହିଁ ।
ଇହଲୋକରେ ଯେଉଁ ମନୁଷ୍ୟ ଯେପରି ଓ ଯେତେ ପରିମାଣର ଅଧର୍ମ ବା ଧର୍ମ କରେ, ପରଲୋକରେ ତାକୁ ସେହିପରି ଓ ସେତିକି ପରିମାଣର ଫଳ ଭୋଗିବାକୁ ପଡେ ।
।। ୬/୧/୪୨-୪୫।।
☘️🌸🙏ଶ୍ରୀ ଜଗନ୍ନାଥ ଶରଣଂ🙏🌸☘️