
ବିଷ୍ଣଦୂତ ଓ ଯମଦୂତଙ୍କ କଥୋପକଥନ
( ସତସଙ୍ଗ )
ଭଗବାନଙ୍କ ପାର୍ଷଦମାନେ (ବିଷ୍ଣଦୂତ) କହୁଛନ୍ତି –
ଯେ ତଳେ ପଡିଗଲାବେଳେ,ଗୋଡ଼ ଖସିଗଲାବେଳେ,କୌଣସି ଅଙ୍ଗ ଭାଙ୍ଗିଗଲାବେଳେ,ସାପ ମାରିଦେଲାବେଳେ,ନିଆଁରେ ପୋଡ଼ିଯିବାବେଳେ,ଆଘାତ ଲାଗିଲାବେଳେ,ଅନନ୍ୟୋପାୟ ହୋଇ “ହରି ହରି” କହିଦିଏ, ସେ ମଧ୍ୟ ଯମଯାତନାର ପାତ୍ର ହୁଏ ନାହିଁ ।
ତପସ୍ୟା, ଦାନ,ଜପ ଆଦି ପ୍ରାୟଶ୍ଚିତ ଦ୍ବାରା ଯେ ପାପ ନଷ୍ଟ ହୋଇଯାଏ, ଏଥିରେ ସନ୍ଦେହ ନାହିଁ ;କିନ୍ତୁ ସେତିକିରେ ତାର ପାପକଳୁଷିତ ହୃଦୟ ନିର୍ମଳ ହୁଏ ନାହିଁ । ମାତ୍ର ଭଗବାନଙ୍କର ଚରଣସେବା କଲେ କଳୁଷିତ ହୃଦୟ ଶୁଦ୍ଧ ହୋଇଯାଏ ।
କ୍ରମଶଃ….
।। ୬/୨/୧୫-୧୭।।
☘️🌸🙏ଶ୍ରୀ ଜଗନ୍ନାଥ ଶରଣଂ🙏🌸☘️