🙏 🚩📖 ଗୀତା ପାଠ📖 🚩🙏ଅଭ୍ୟାସ

Bhagvat Gita on UO
Reading Time: 2 minutes

🙏ଶ୍ରୀଭଗଵାନୁଵାଚ🙏

🌞ଅସଂଶୟଂ ମହାବାହୋ
🚩ମନୋ ଦୁର୍ନିଗ୍ରହଂ ଚଲମ
🔱ଅଭ୍ୟାସେନ ତୁ କୌନ୍ତେୟ
🔥ଵୈରାଗ୍ୟେଣ ଚ ଗୃହ୍ୟତେ।୦୬/୩୫।

ଶବ୍ଦାର୍ଥ:-

ଭଗବାନ କହୁଛନ୍ତି , ମୋ ମତରେ ଅସଂଯତଚିତ୍ତ ବ୍ୟକ୍ତିପାଇଁ ଯୋଗସିଦ୍ଧି ଦୁଷ୍ପ୍ରାପ୍ୟ କିନ୍ତୁ ଯାହାର ଚିତ୍ତ ଆତ୍ମବଶ ହୋଇଥିବ ସେ ଯତ୍ନଶୀଳ ହୋଇ ବିହିତ ଉପାୟ ଅବଲମ୍ୱନ କରି ସିଦ୍ଧିଲାଭ କରିପାରିବ।।୬/୩୫।।

ବ୍ୟାଖ୍ୟା : –

ଧ୍ୟେୟରେ ବାରମ୍ବାର ମନ ଇଗାଇବାକୁ ଅଭ୍ୟାସ କୁହାଯାଏ । ଏହି ଅଭ୍ୟାସର ସିଦ୍ଧି ସମୟ ସାପେକ୍ଷ । ଧେୟରେ ଆଦର ବୃଦ୍ଧି ହେବା ଉଚିତ୍।

ଅଭ୍ୟାସ ୨ ପ୍ରକାର-

( ୧ ) ନିଜ ତ୍ୟେୟ ବା ଲକ୍ଷ୍ୟରେ ମନ ଲଗାଇବା ଏବଂ ଅନ୍ୟ କୌଣସି ଚିନ୍ତନ ଆସିଲେ ତାହାକୁ ଉପେକ୍ଷା କରିବା ।

( ୨ ) ଯେଉଁ ଯେଉଁ ଆଡ଼େ ମନ ଯାଉଛି , ସେହି ସବୁଠାରେ ନିଜର ଇଷ୍ଟଙ୍କୁ ଦର୍ଶନ କରିବା । ତା ପରେ ଧ୍ୟାନ , ଜପ ( କାନରେ ଶୁଣନ୍ତୁ ) ଓ ଗଣନା ମନରେ କରନ୍ତୁ ; ଭଗବାନଙ୍କର ସ୍ଵରୂପ ଚିନ୍ତନ କରନ୍ତୁ । ଭଗବାନଙ୍କର ଅଙ୍ଗଗୁଡିକୁ ମନ୍ତ୍ରଦ୍ଵାରା ଲେଖା ( ୫୪ + ୫୪ ) ପରିକ୍ରମା କଲେ ୧୦୮ ନାମର ଗୋଟିଏ ମାଳା ପୂର୍ଣ୍ଣ ହୋଇଯାଏ । ଅଭ୍ୟାସର ସହାୟତା ନିମନ୍ତେ ବୈରାଗ୍ୟ ନିତ୍ୟାନ୍ତ ଆବଶ୍ୟକ , କାରଣ ସାଂସାରିକ ଭୋଗରୁ ଆସକ୍ତି ଯେତେ ଦୂରେଇଯିବ ମନ ସେତେ ପରମାତ୍ମାଙ୍କଠାରେ ଲାଗିବ । ଏପରି ଅଭ୍ୟାସ ଓ ବୈରାଗ୍ୟ ଦ୍ୱାରା ମନ ନିଗ୍ରହ ହୋଇଯାଏ ।

ବୈରାଗ୍ୟ : – ସଂସାର ପ୍ରତିକ୍ଷଣ ବଦଳି ଯାଉଛି । ବସ୍ତୁଦେଇ ଦେଲେ ଓ ସେବାକଲେ ପୁରାତନ ଆସକ୍ତି ନଷ୍ଟ ହୋଇଯିବ । ରାଗ ରହିତ ହେଲେ ସମସ୍ତ ସୁଖ ଶାନ୍ତି ଓ ଆନନ୍ଦ ମିଳୁଛି । ଏପରି ବିଚାର କଲେ ବୈରାଗ୍ୟ ଜାତ ହୁଏ ।

ଏ ଚଞ୍ଚଳ ଓ ଅବାଧ୍ୟ ମନକୁ ସ୍ଥିର କରିବା ବା ସଂଯତ କରିବା , ବାସ୍ତବିକ ବଡ଼ କଠିନ । ଏ ବିଷୟରେ ଯାହା ଅର୍ଜୁନ କହିଲେ , ତାହା ଭଗବାନ୍ ସ୍ଵୀକାର କଲେ , କିନ୍ତୁ । ତତ୍ ସଙ୍ଗେ ସଙ୍ଗେ ସେ କହିଲେ ଯେ ଅଭ୍ୟାସ ଓ ବୈରାଗ୍ୟ ବଳରେ ଏହା ସମ୍ଭବପର । ସେ ଅଭ୍ୟାସ କ’ଣ ?
ଆଧୁନିକ ଯୁଗରେ କେହି କଠିନ ନିୟମ ବା ବିଧି ବିଧାନ ଯଥା- ତୀର୍ଥ ସ୍ଥାନରେ ବାସ କରିବା , ପରମାତ୍ମାଙ୍କଠାରେ ମନୋନିବେଶ କରିବା , ମନ ଓ ଇନ୍ଦ୍ରିୟକୁ ସଂଯମ କରିବା , ବ୍ରହ୍ମଚର୍ଯ୍ୟ ଅବଲମ୍ବନ କରିବା ଏବଂ ଏକାନ୍ତ ବାସ କରିବା ଆଦି ପାଳନ କରିପାରୁ ନାହାନ୍ତି । କିନ୍ତୁ ଭଗବତ ଧ୍ୟାନ ଅଭ୍ୟାସ କଲେ ବ୍ୟକ୍ତି ନବଧା ଭକ୍ତି ଆଚରଣ କରେ ବା ଭଗବାଙ୍କ ସେବାରେ ନିଯୁକ୍ତ ହୋଇଯାଏ । ଏ ନବଧା ଭକ୍ତି ମଧ୍ୟରୁ ସର୍ବ ପ୍ରଥମ ହେଲା ଶ୍ରବଣ । ମନରୁ ସବୁ ମଇଳା ଦୂର କରିବା ନିମିତ୍ତ ଏହା ହେଉଛି ଏକ ଶକ୍ତିଶାଳୀ ମାଧ୍ୟମ । ବ୍ୟକ୍ତି ଯେତେ ଅଧିକ ଭଗବାନଙ୍କ ସମ୍ବନ୍ଧରେ ଶୁଣିବ , ସେ ସେତେ ଅଧିକ ଦିବ୍ୟଜ୍ଞାନ ପ୍ରାପ୍ତ ହେବ ଏବଂ ବିଷୟବାସନାରୁ ନିବୃତ୍ତ ହେବ , ଅର୍ଥାତ୍ ଯାହାସବୁ ତା’ର ମନକୁ ଦିବ୍ୟଚେତନାରୁ ଦୂରେଇ ନିଅନ୍ତି ସେ ସବୁଥିରୁ ନିବୃତ୍ତ ହେବ । ଯାହା ଭଗବାନଙ୍କ ସମ୍ବନ୍ଧୀୟ ନୁହେଁ , ସେଥିରୁ ମନକୁ ଦୂରେଇ ନେଲେ ବ୍ୟକ୍ତି ଅତି ସହଜରେ ବୈରାଗ୍ୟ ଅଭ୍ୟାସ କରିପାରେ । ବୈରାଗ୍ୟ କହିଲେ ଇନ୍ଦ୍ରିୟଭୋଗ୍ୟ ବିଷୟବସ୍ତୁରୁ ଦୂରେଇ ନେବା ଏବଂ ଭଗବାନଙ୍କଠାରେ ଲଗାଇବାକୁ ବୁଝାଏ ।

🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻
।। ॐ ଶ୍ରୀ ପରମାତ୍ମନେ ନମଃ।।

🔱🌞🏹‼️🕉️‼️🔱🌞🔱
🚩।ଶ୍ରୀମଦ ଭଗବତ ଗୀତା-୦୫/୨୯।🚩

👉👉👉ଯେ ମୋଠାରେ ପରାଭକ୍ତି କରି ଏ ଗୀତା ଗ୍ରନ୍ଥର ପରମ ଗୁପ୍ତ ଜ୍ଞାନ ମୋ ଭକ୍ତମାନଙ୍କ ମଧ୍ୟରେ କହିବେ ସେ ମତେ ପ୍ରାପ୍ତ ହେବେ ଏଥିରେ କୌଣସି ସନ୍ଦେହ ନାହିଁ । ୧୮/୬୮
🙏🙏🙏🙏🙏🙏🙏🙏🙏🙏

 

ଗୀତା ପାଠ: ଆତ୍ମ ସଂଯମ ଯୋଗଃ

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.