
ଦଧୀଚି ୠଷି କହୁଛନ୍ତି :-
ଯେଉଁ ମନୁଷ୍ୟ ଦୁଃଖି ପ୍ରାଣୀଙ୍କ ପ୍ରତି ଦୟା କରିବାରେ ଏହି ବିନାଶଶୀଳ ଶରୀରକୁ ଉପଯୋଗ କରି ମୁଖ୍ୟତଃ ଧର୍ମ ସମ୍ପାଦନ ଓ ଗୌଣତଃ ଯଶ ସମ୍ପାଦନ କରେ ନାହିଁ, ସେ ତ ହେଉଛି ବୃକ୍ଷଲତାଙ୍କ ଠାରୁ ବି ହୀନ ।
ଯେ କୌଣସି ପ୍ରାଣୀ ହେଉ ନା କାହିଁକି, ମନୁଷ୍ୟ ତା’ ଦୁଃଖରେ ଦୁଃଖି ଓ ସୁଖରେ ସୁଖୀ ହେବା ଆବଶ୍ୟକ । ଏହା ହିଁ ହେଉଛି ଶାଶ୍ବତ ଧର୍ମର ସ୍ବରୂପ । ପାର୍ଥିବ ଧନ,ଜନ,ଶରୀର ଆଦି ହେଉଛି କ୍ଷଣଭଙ୍ଗୁର;ଏସବୁ କୌଣସି କାମରେ ଆସେ ନାହିଁ । ପରିଶେଷରେ ଏସବୁ ଅନ୍ୟମାନଙ୍କ କାମରେ ହିଁ ଆସିବ ।
।। ୬/୧୦/୮-୧୦।।
🌸☘️🙏ଶ୍ରୀ ଜଗନ୍ନାଥ ଶରଣଂ🙏☘️🌸