ବଦ୍ରିନାଥ ପୀଠ

UO 5
Reading Time: < 1 minute

ଇତିହାସ ଅନୁଯାୟୀ ନବମ ଶତାବ୍ଦୀରେ ତୀର୍ଥଯାତ୍ରାରେ ହିମାଳୟ ଅଞ୍ଚଳକୁ ଆସିଥିବା ଆଦି ଶଙ୍କର ଅଳକାନନ୍ଦା ନଦୀ ଗର୍ଭରୁ ବିଷ୍ଣୁଙ୍କ ମୂର୍ତ୍ତିଟିକୁ ପାଇ ତପ୍ତକୁଣ୍ଡ ନିକଟ ଗୁମ୍ଫାରେ ସ୍ଥାପନା କରିଥିଲେ । ୧୬ଶ ଶତାବ୍ଦୀରେ ଗଡ଼ୱାଲ ରାଜା ମନ୍ଦିର ନିର୍ମାଣ କରି ମୂର୍ତ୍ତିଙ୍କୁ ପ୍ରତିଷ୍ଠା କରାଇଲେ ।

କିମ୍ବଦନ୍ତୀ କହେ ବଦ୍ରିନାଥ ପୀଠରେ ୨୦୦ ବର୍ଷ ଧରି ଭଗବାନ ବିଷ୍ଣୁ ପଦ୍ମାସନରେ ଧ୍ୟାନମଗ୍ନ ରହି ତପସ୍ୟା କରିଥିଲେ । ତାଙ୍କୁ ଛାୟା ପ୍ରଦାନ ପାଇଁ ପାଖରେ ଠିଆ ହୋଇ ରହିଥିଲେ ମା’ଲକ୍ଷ୍ମୀ ଯାହାକି ପରବର୍ତ୍ତୀ ସମୟରେ ବଦ୍ରିବୃକ୍ଷ ରୂପେ ଦଣ୍ଡାୟମାନ । ଚାରିଧାମ ତୀର୍ଥଯାତ୍ରାରେ ପୁଣ୍ୟ ଅର୍ଜନ ହୋଇଥାଏ । ତେଣୁ କେଦାରନାଥ ସହ ବଦ୍ରିନାଥ ଦର୍ଶନ ଭକ୍ତମାନେ କରିଥାନ୍ତି ।

ମିଶ୍ରି, କାଜୁ, କିସ୍ ମିସ୍ ଆଦି ଶୁଷ୍କ ଫଳ ଏବଂ ତୁଳସୀ ପ୍ରସାଦ ଭାବେ ଅର୍ପଣ କରାଯାଏ ବଦ୍ରିନାରାୟଣଙ୍କୁ । ମନ୍ଦିରର ଏକ ନିଆରା ପରମ୍ପରା ହେଲା ଭାରତର ଅନ୍ୟ ଏକ ପ୍ରାନ୍ତ କେରଳର ନମ୍ବୁଦିରି ବ୍ରାହ୍ମଣ ହେଉଛନ୍ତି ବଦ୍ରିନାଥଙ୍କ ମୁଖ୍ୟ ପୂଜକ ଯାହାଙ୍କୁ କୁହାଯାଏ ରାୱଲ । ତାଙ୍କ ସହ ଗଡେୱାଲ ଡିମ୍‌ରି ପଣ୍ଡିତ ବି ପୂଜାର୍ଚ୍ଚନାରେ ସହାୟତା କରନ୍ତି । ରାୱଲକୁ ସମସ୍ତେ ସମ୍ମାନ କରନ୍ତି, ଏପରିକି ନେପାଳ ରାଜପରିବାର ମଧ୍ୟ । ବାମନ ଦ୍ୱାଦଶୀ ପୂର୍ବରୁ ରାୱଲ ନଦୀ ପାର ହୋଇ ଯିବା ମନା ଏବଂ ବ୍ରହ୍ମଚର୍ଯ୍ୟ ପାଳନ କରିବା ଜରୁରୀ ।

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.