ସକାଳର ଭକ୍ତି ଅର୍ଘ୍ୟ: ଓଁ ନମଃ ଭଗବତେ ବାସୁଦେବୟ…

om namah
Reading Time: < 1 minute

ଓଁ ନମଃ ଭଗବତେ ବାସୁଦେବୟ ।

ଶୁଣ ଉଦ୍ଧବ ସାଧୁ ଧୀର
ମୋହର ଅର୍ଥେ କର୍ମ କର।
ନିର୍ମଳ କରି ବୁଦ୍ଧି ମନ
ମୋର ଚରଣେ କର ଧ୍ୟାନ।

( ଅତିବଡ଼ି ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତ, ଏକାଦଶ ସ୍କନ୍ଧ, ତ୍ରିଂଶ ଅଧ୍ୟାୟ )

ପ୍ରସଙ୍ଗ :- ବିଭୁକୃପା ପ୍ରାପ୍ତିର ଉପାୟ ।

ଅର୍ଥ :-

ଶ୍ରୀ ଭଗବାନ କହିଲେ, ହେ ଉଦ୍ଧବ ! ତୁମେ ତୁମର ସକଳ କର୍ମ କେବଳ ମୋରି ପାଇଁ କର। ନିଜର ମନ ଓ ବୁଦ୍ଧିକୁ ନିର୍ମଳ କରି ଭକ୍ତି ଭାବରେ ମୋର ପାଦପଦ୍ମରେ ଧ୍ୟାନ କର। ତାହେଲେ ତୁମେ ମୋ କୃପା ଲାଭ କରି ଏ ଭବ ବନ୍ଧନରୁ ମୁକ୍ତିଲାଭ କରି ପାରିବ।

ଭାବାର୍ଥ : –

ମନୁଷ୍ୟ ତା’ର ସକଳ କାର୍ଯ୍ୟ ପ୍ରଭୁଙ୍କ ପ୍ରିତୀ ନିମନ୍ତେ କଲେ ସେ ବିଭକୃପା ଲାଭ କରି ପାରିବ। ଏହାଦ୍ବାରା ତା’ର ମନ ମଧ୍ୟରେ ଥିବା ଦୁଷ୍କୃତ ଓ ପାପ ବାସନା ଦୂର ହୋଇଯିବ ଓ ସେ ପବିତ୍ର ଓ ନିର୍ମଳ ଚିତ୍ତରେ ଭଗବାନଙ୍କୁ ଧ୍ୟାନ କରି ଏହି ସଂସାର ବନ୍ଧନରୁ ମୁକ୍ତି ପାଇ ପାରିବ।

🌸🙏ଶୁଭ ସକାଳ। ଜୟ ଜଗନ୍ନାଥ🙏🌸

 

ଗୁରୁ ବାଣୀ: ସଂସାର ରୁପକ ମହାଭାରତ

Recommended For You

About the Author: Utkal Odisha

Utkal Odisha brings the best of articles, news, and views in English and Odia.

Leave a Reply

Your email address will not be published. Required fields are marked *

Human Verification: In order to verify that you are a human and not a spam bot, please enter the answer into the following box below based on the instructions contained in the graphic.