
ସାମ୍ନାକୁ ଆସିଲା ଆଉ ଏକ ଭିଡିଓ, ବର୍ଷାଙ୍କୁ ଖାଇବା ପରଷୁଛନ୍ତି ରୋଷେୟା
ଅନୁଭବ-ବର୍ଷା ପାରିବାରିକ ବିବାଦ ଥମିନାହିଁ । ଯେଉଁଦନ ବର୍ଷା ଅସୁରକ୍ଷିତ ମନେକରି ପୁଲିସକୁ ଫୋନ କରି ସୁରକ୍ଷା ମାଗିଥିଲେ, ସେଦିନର ଆଉ ଏକ ଭିଡିଏ ଏବେ ସାମ୍ନାକୁ ଆସିଛି । ଏଥିରେ ବର୍ଷାଙ୍କୁ ଖାଇବାକୁ ଦେଉଛନ୍ତି ରୋଷେୟା । ଭିଡିଓରେ ରୋଷେୟା କହୁଛନ୍ତି, ପ୍ରତିଦିନ ଘରେ ଯାହା ରୋଷେଇ ହୁଏ ତାହା ଘରର ପ୍ରତିଟି ସଦସ୍ୟ ଖାଇଥାନ୍ତି । ଅନୁମାନ କରାଯାଉଛି, ପୂର୍ବରୁ ଆସିଥିବା ଭିଡିଓଟି ବର୍ଷାଙ୍କ ମୋବାଇଲରୁ ରେକର୍ଡ ହୋଇଥିବାବେଳ ଆଜିର ଭିଡିଓଟି ଅନୁଭବଙ୍କ ସହଯୋଗୀ ରେକର୍ଡ କରିଥାଇପାରନ୍ତି । ବିବାଦ ଭିତରେ ଚଳିତ ମାସ ୭ ତାରିଖରେ ପୁଲିସକୁ ସୁରକ୍ଷା ମାଗିଥିଲେ ବର୍ଷା ପ୍ରିୟଦର୍ଶିନୀ ।
ଅଭିଯୋଗ ଅନୁସାରେ ବର୍ଷାଙ୍କୁ ଖାଇବାକୁ ଦେବା ସମୟରେ ଅନୁଭବଙ୍କ ୨ ସହଯୋଗୀ, ବର୍ଷାଙ୍କ ଅନିଚ୍ଛା ସତ୍ତ୍ବେ ମୋବାଇଲରେ ଭିଡିଓ ସୁଟ କରିଥିଲେ । ଏହାକୁ ନେଇ ପୁଲିସର ସହାୟତା ଲୋଡିଥିଲେ ବର୍ଷା । ବର୍ଷା ପ୍ରିୟଦର୍ଶିନୀ ସୁରକ୍ଷା ମାଗିବା ପରେ ଅନୁଭବ ମହାନ୍ତିଙ୍କ ଘରେ ପହଞ୍ଚିଥିଲା ପୁଲିସ । ବର୍ଷା ଖାଇବା ସମୟର ୨ ଜଣ ଯୁବକ ଅନୁଭବଙ୍କ କଥାରେ ଭିଡିଓ ସୁଟ କରୁଥିଲେ । ରୁମ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିବା ବର୍ଷାଙ୍କ ଓକିଲ କହିଥିଲେ । ଏ ନେଇ ବର୍ଷା ୧୦୦କୁ ଡାଏଲ କରି ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଘଟଣା ବିଷୟରେ ଜଣେଇ ଥିଲେ।