
ଓଡିଶା ଜୋମାଟୋ (Zomato), ରାଜ୍ୟରେ ମଦ ହୋମ ଡେଲିଭେରୀ ଆରମ୍ଭ କରିଛି।ଜୋମାଟୋ ମଦ ଦୋକାନ (Zomato Wine Shops) ନାମକ ସେବା ଜୋମାଟୋ ଆପ୍ପର ମୂଳପୃଷ୍ଠା ବା ହୋମ୍ ପେଜ୍ (Home page)ରେ ଉପଲବ୍ଧ ହେବ। ଉପଭୋକ୍ତାମାନେ ତାଲିକାରେ ଥିବା ଯେକୌଣସି ବ୍ରାଣ୍ଡ ର ମଦ ବାଛି ଅର୍ଡର କରିପାରିବେ ଏବଂ ଜୋମାଟୋ ଏହାକୁ ବ୍ୟବହାରକାରୀଙ୍କ ଘରେ ପହଞ୍ଚାଇବ। ଭୁବନେଶ୍ୱର ଠାରୁ ଆରମ୍ଭ କରି ଜୋମାଟୋ ଖୁବ୍ ଶୀଘ୍ର ରାଉରକେଲା, ବାଲାସୋର, ବାଲାଙ୍ଗୀର, ସମ୍ବଲପୁର, ବରହମପୁର ଏବଂ କଟକ ଭଳି ଅନ୍ୟ ସହରକୁ ଏହି ସେବା ବିସ୍ତାର କରିବ।
ରାଜ୍ୟ କର୍ତ୍ତୃପକ୍ଷଙ୍କ ଅନୁମତି ଅନୁଯାୟୀ ଉପଭୋକ୍ତାମାନେ ସକାଳ ନଅଟାରୁ ରାତି ଛଅଟା ପର୍ଯ୍ୟନ୍ତ ଏହି ସେବା ପାଇପାରିବେ। ଏହି ଆପ୍ପରେ କେବଳ ଲାଇସେନ୍ସପ୍ରାପ୍ତ ଖୁଚୁରା ବ୍ୟବସାୟୀ (ଯେଉଁମାନେ ସେବା ପାଇଁ ଆବେଦନ କରିଛନ୍ତି) ହିଁ ମଦ ବିକ୍ରୟ କରି ପାରିବେ।
ଏହି ସେବା ବିତରଣ ପାଇଁ ଜୋମାଟୋ ଅନେକ ଯାଞ୍ଚ ଓ ସୁରକ୍ଷା ପ୍ରକ୍ରିୟା ମଧ୍ୟ ନିର୍ମାଣ କରିଛି। ଅର୍ଡର କରିବା ସମୟରେ ଏବଂ ମଦ ବିତରଣ ହେବା ସମୟରେ ବୟସ ଯାଞ୍ଚ ହେବ।
ଉପଭୋକ୍ତାମାନେ ମଦ ଅର୍ଡର ପାଇଁ ଯୋଗ୍ୟ ହେବା ହେତୁ ଏକ ବୟସ ପ୍ରମାଣ ଅପଲୋଡ୍ କରିବାକୁ ବାଧ୍ୟ ହେବେ ଯାହା ଅର୍ଡର ହସ୍ତାନ୍ତର ସମୟରେ ବିତରଣ ପାର୍ଟନର ଦ୍ୱାରା ଯାଞ୍ଚ ହେବ। ଏହା ଛଡା, ମଦ୍ୟପାନ ଅର୍ଡର ପାଇଁ ସୀମିତତା ରହିବ।