
➡️୧-ଆଜି ବହୁ ଚର୍ଚ୍ଚିତ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ମତଦାନ, ନେତା ବାଛିବେ ତିର୍ତ୍ତୋଲ ଜନତା,ଭୋଟ ଦେବେ ୩୭୩ ବୁଥ୍ରେ ୨ ଲକ୍ଷ ୩୯ ହଜାର ୧୫୩ ଭୋଟର ।
➡️୨-ସେହିପରି ଆଜି ବାଲେଶ୍ୱର ବିଧାନସଭା ଉପ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ।ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଭୋଟଗ୍ରହଣ କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି।
➡️୩-ଆଜି ରାଷ୍ଟ୍ରପତି ପଦ ପାଇଁ ଭୋଟ ଦେବ ଆମେରିକା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ବିରୋଧରେ ଥିବା ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନଙ୍କ ମଧ୍ୟରୁ ଜଣେ ବନିବେ ଆମେରିକାରର ୪୬ତମ ରାଷ୍ଟ୍ରପତି ।
➡️୪-ଭିଜିଲାନ୍ସ ସଚେତନତା ସପ୍ତାହ ଉଦ୍ଯାପିତ : ଭୁବନେଶ୍ୱର ଡିଭିଜନ୍ ଶ୍ରେଷ୍ଠ ।
➡️୫-ରାଜ୍ୟ କ୍ରୀଡ଼ା ଭିତ୍ତିଭୂମିରେ ଯୋଡି ହେଲା ଆଉ ୩ ଫର୍ଦ୍ଦ, ହିଞ୍ଜିଳିକାଟୁ, ଛତ୍ରପୁରେ ଇନଡୋର ଷ୍ଟାଡିୟମକୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
➡️୬-ପ୍ରିୟଙ୍କା ରାଧାକୃଷ୍ଣନ ରଚିଲେ ଇତିହାସ, ହେଲେ ନ୍ୟୁଜିଲ୍ୟାଣ୍ଡ ମନ୍ତ୍ରୀ, କୌଣସି ମୂଳ ଭାରତୀୟ ମହିଳା ନ୍ୟୁଜିଲ୍ୟାଣ୍ଡ କ୍ୟାବିନେଟ୍ରେ ଅବସ୍ଥାପିତ ହେବାରେ ପ୍ରିୟଙ୍କା ହେଲେ ପ୍ରଥମ ।
➡️୭-ପଞ୍ଚଭୂତରେ ବିଲୀନ ହେଲେ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ର, ସାନ ପୁଅ ଦେଲେ ମୁଖାଗ୍ନି ।
➡️୮-ଏଣିକି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପଶୁପକ୍ଷୀଙ୍କୁ ଘରେ ବସି ଅନ୍ଲାଇନ୍ରେ ସର୍ବନିମ୍ନ ୫୦୦ଟଙ୍କା ଦେଇ ପୋଷ୍ୟ ଭାବେ ଗ୍ରହଣ କରିପାରିବେ ପଶୁପ୍ରେମୀ। ଏଥିପାଇଁ ସ୍ବତନ୍ତ୍ର ୱେବ୍ସାଇଟ୍ ବ୍ୟବସ୍ଥା ହୋଇଛି।
➡️୯-ରିଲାଏନ୍ସ ହରାଇଲା ୧ ଲକ୍ଷ କୋଟି, ଧନୀ ତାଲିକାରେ ନବମକୁ ଖସିଲେ ଅମ୍ବାନୀ ।
➡️୧୦-ଆଫଗାନିସ୍ତାନର କାବୁଲ୍ ବିଶ୍ୱବିଦ୍ୟାଳୟରେ ଆତଙ୍କି ଆକ୍ରମଣ, ୨୫ଜଣ ଛାତ୍ରଛାତ୍ରୀ ମୃତ।
➡️୧୧-ଖସିଲା ରିଲାଏନ୍ସ ସେୟାର ମୂଲ୍ୟ ୭ପ୍ରତିଶତ,ବର୍ଷରୁ ଦ୍ୱିତୀୟ ତ୍ରୈମାସିକରେ କମ୍ପାନୀର ଆୟ ଅନୁନ୍ୟ ୧୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହୋଇଛି।
➡️୧୨-ଆଇପିଏଲ୍-୧୩: ୫୫ତମ ମ୍ୟାଚ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୬ ୱିକେଟରେ ପରାସ୍ତ କଲା ଦିଲ୍ଲୀ କ୍ୟାପିଟାଲ୍ସ ।
➡️୧୩-ଅଷ୍ଟ୍ରେଲିଆ ଖେଳାଳି ତଥା ଚେନ୍ନାଇ ସୁପର କିଙ୍ଗସ୍ ଦୁର୍ଦ୍ଦଶ ଖେଳାଳି ସେନ ୱାଟସନ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ । ସେ ଟ୍ୱିଟ କରି କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ।
➡️ଅଧିକ ସତର୍କ ରହିବା ଦରକାର,କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବା,ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରଖିବା ଓ ନିୟମିତ ହାତ ଧୋଇବା ।