
ଦୀପାବଳି ପରେ ଖୋଲିବ ସ୍କୁଲ ! ଏନେଇ ରାଜ୍ୟ ସରକାରଙ୍କ ବିଚାର ବିମର୍ଷ ଜାରି ; ଖୁବଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇପାରେ ବିଜ୍ଞପ୍ତି ।
ଦୀପାବଳି ପରେ ଖୋଲିବ ସ୍କୁଲ । କନକ ନ୍ୟୁଜକୁ ବିଶ୍ୱସ୍ତ ସୂତ୍ରରୁ ମିଳିଲା ସୂଚନା । ଏନେଇ ରାଜ୍ୟ ସରକାର ବିଚାର ବିମର୍ଷ ଜାରି ରଖିଛନ୍ତି । ଅଭିଭାବକ, ସ୍କୁଲ କର୍ତ୍ତୃପକ୍ଷ ଓ ଶିକ୍ଷାବିତଙ୍କ ସହ ଆଲୋଚନା କରାଯାଇଛି । ସ୍କୁଲ ଖୋଲିବା ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଥିବା ସୂଚନା ମିଳିଛି । ଖୁବଶୀଘ୍ର ରାଜଯ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇପାରେ ବିଜ୍ଞପ୍ତି ।
ପ୍ରଥମେ ୯ରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଯୋଜନା ହେଉଛି । ହେଲେ ଏନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି । ଏବେ କିଛି ସ୍କୁଲ, କଲେଜକୁ ଶିକ୍ଷକ, ଅଧ୍ୟାପକ, କର୍ମଚାରୀ ଆସୁଛନ୍ତି । ତେଣୁ ଛାତ୍ରଛାତ୍ରୀ ଯେପରି ସୁରକ୍ଷିତ ରହିବେ ସେଥିପାଇଁ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିବେ । ହେଲେ ଏହା ପୂର୍ବରୁ ସ୍କୁଲ, କଲେଜ କର୍ତ୍ତୃପକ୍ଷ ଚାହିଁଲେ ସେମାନଙ୍କର କୋଭିଡ୍ ପରୀକ୍ଷା କରାଯିବ । ରାଜଧାନୀର କେତୋଟି ସ୍କୁଲରେ କ୍ୟାମ୍ପ କରି ଏହାର ନିକଟବର୍ତ୍ତୀ ସ୍କୁଲକୁ ଟ୍ୟାଗ୍ କରାଯିବ ।
ବନ୍ୟା କ୍ଷୟକ୍ଷତି: କେନ୍ଦ୍ରକୁ ୧୫୬୯.୫୧ କୋଟିର ସହାୟତା ମାଗିଲେ ରାଜ୍ୟ ସରକାର