
ପୁରୀ ପିଙ୍କ୍ ହାଉସ ନିକଟ ସମୁଦ୍ରରୁ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ। ଗତକାଲି ବ୍ଲୁଫ୍ଲାଗ ବିଚ୍ର ବାଥିଂ ଜୋନରେ ପରିବାର ସହ ଗାଧୋଉଥିବା ସମୟରେ ସମୁଦ୍ରରେ ଭାସି ଯାଇଥିଲେ ପର୍ଯ୍ୟଟକ।
ସୂଚନାଅନୁସାରେ ଝାଡଖଣ୍ଡରୁ ପୁରୀ ବୁଲିବାକୁ ଆସିଥିବା ପର୍ଯ୍ୟଟକ ଜଣଙ୍କ ପୁରୀ ବ୍ଲୁଫ୍ଲାଗ ବିଚ୍ରେ ପରିବାର ସହ ଗାଧୋଉଥିବା ସମୟରେ ସମୁଦ୍ରରେ ଭାସିଯାଇଥିଲେ। ଗତକାଲିଠୁ ଅଗ୍ନିଶମ ବିଭାଗ ନିଖୋଜ ପର୍ଯ୍ୟଟକଙ୍କୁ ଖୋଜା ଖୋଜି କରୁଥିଲେ ମଧ୍ୟ କୌଣସି ପତ୍ତା ପାଇନଥିଲେ।
ତେବେ ଆଜି ପିଙ୍କ୍ ହାଉସ ନିକଟ ସମୁଦ୍ରରେ ଏକ ମୃତଦେହ ଭାସୁଥିବା କିଛି ମତ୍ସ୍ୟଜୀବୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିବା ବେଳେ ଉକ୍ତ ମୃତଦେହଟି ଗତକାଲି ବ୍ଲଫ୍ଲାଗ ବିଚ୍ରୁ ଭାସିଯାଇଥିବା ପର୍ଯ୍ୟଟକ ବୋଲି ଜଣାପଡିଛି।