
➡️ କଥା କୁହ ଏମିତି ଯେମିତି ପାଞ୍ଚ ଲୋକଙ୍କୁ ଭଲ ଲାଗୁଥିବ ! କାମ କର ଏମିତି ଯେମିତି ପାଞ୍ଚ ଲୋକ ପ୍ରଶଂସା କରୁଥିବେ ! ଚିନ୍ତା କର ଏମିତି ଯେମିତି ପାଞ୍ଚ ଲୋକଙ୍କର ମଙ୍ଗଳ ହେଉଥିବ ॥
➡️ ଅନ୍ୟର ଖୁସି ରେ ଖୁସି ହେବା ପାଇଁ ଚେଷ୍ଟା କର ଦେଖିବ ତୁମକୁ କେବେ ଦୁଃଖ ସ୍ପର୍ଶ କରିବନି ॥
➡️ ଜୀବନରେ ଶାନ୍ତିରେ ରହିବା ପାଇଁ ଦୁଇଟି ମାର୍ଗ ଅଛି l ୧- କ୍ଷମା କରିଦିଅ ତାଙ୍କୁ ଯାହାକୁ ତମେ ଭୁଲି ପାରିବ ନାହିଁ l ୨- ଭୁଲିଯାଅ ସେମାନଙ୍କୁ ଯାହାକୁ ତୁମେ କ୍ଷମା କରି ପାରିବ ନାହିଁ ॥
➡️ “ପ୍ରଭୁ” ଭାଙ୍ଗି ଯାଇଥିବା ଜିନିଷର କେତେ ସୁନ୍ଦର ଭାବେ ବ୍ୟବହାର କରନ୍ତି..! ବାଦଲ ଫାଟିଲେ ବର୍ଷା ହୁଏ, ମାଟି ଗୁଣ୍ଡ ହେଲେ କ୍ଷେତ ହସି ଉଠେ, ବିହନ ଭାଙ୍ଗି ଗଜା ହେଲେ ଚାରା କଅଁଳେ l ଏଣୁ ଯଦି ଆପଣ କେବେ ଭାଙ୍ଗି ପଡିବା ପରି ଲାଗୁଛି ହତାଶ ହୁଅନ୍ତୁ ନାହିଁ, କାରଣ “ପ୍ରଭୁ” ଆପଣଙ୍କୁ କୌଣସି ବଡ କାମ ପାଇଁ ଉପଯୋଗ ଚାହୁଁଥିବା ଗ୍ରହଣ କର॥
➡️ ଜଣକୁ ଉପଦେଶ ମାଗିଲେ ହଜାରେ ଦେଲା ବାଲା ମିଳିଯିବେ କିନ୍ତୁ ହଜାର ଜଣଙ୍କୁ ସହଯୋଗ ମାଗିଲେ ଜଣେ କେହି ମିଳିପାରେ ॥
☘️🌸🙏ଜୟ ଜଗନ୍ନାଥ🙏🌸☘️